ଟିକାବାଲି ଠାରେ ଭାଜପାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିକାବାଲି ଠାରେ ଭାଜପାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିକାବାଲି ଠାରେ ଭାଜପାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ …..

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ମା ଭୌରବୀ କଲ୍ୟାଣ ମଣ୍ଡପ ଠାରେ ଭାଜପାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଟିକାବାଲି ମଣ୍ଡଳ ସଭାପତି ଶ୍ରୀ କପିଳାସ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର ,ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଭାରୀ ପୃଥ୍ଵୀରାଜ ମହାପାତ୍ର ଓ ଭଗବାନ ମହାନ୍ତି, ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦେବେନ୍ଦ୍ର କୁଦେଇ, ଜିଲ୍ଲା ସଭାପତି ପଣ୍ଡିତ ବିଶମାଝୀ,ସୁକାନ୍ତ କୁମାର ସାହୁ, ଶ୍ରୀ ସଞ୍ଜିତ ମଣ୍ଡଳ, ସାଂସଦ ପ୍ରତିନିଧି ଶ୍ରୀ ମାନଗୋବିନ୍ଦ ପ୍ରଧାନ, ରାଜ୍ୟ ଜନଜାତି ଉପସଭାପତି ଶ୍ରୀ ରାମବିଶି ଦିଗାଳ ଉପସ୍ଥିତ ଥିଲେ l ଯୁବନେତା ଟିକାବାଲି ମଣ୍ଡଳ ସଭାପତି ଶ୍ରୀ କପିଳାସ କହଁରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଟି ଆୟୋଜିତ ହୋଇଥିବା କନ୍ଧମାଳର ସମସ୍ତ ଯୁବ ନେତୃତ୍ୱ ଟିକାବାଲି ବ୍ଲକ ସାଧାରଣ ସମ୍ପାଦକ ଶ୍ରୀ ରାଜକିଶୋର ପ୍ରଧାନ,କାର୍ଯ୍ୟକର୍ତ୍ତା ସାଇରମ ବେହେରା, ସୁଶାନ୍ତ ନାୟକ , ଲିଙ୍ଗରାଜ ଦଳବେହେରା, ଅର୍ପନା କହଁର ଉକ୍ତ ଶିବିର ରେ ସହଯୋଗ କରିଥିଲେ l

ଉପସ୍ଥିତ କର୍ମକର୍ତା ଭାରାତୀୟ ଜନତା ପାର୍ଟିର ଚିନ୍ତାଧାରା, କାର୍ଯ୍ୟଶୈଳୀ ଓ ଉପଲବ୍ଧି କୁ ଟିକାବାଲି ବ୍ଲକ ରେ ସଂଗଠନ କୁ ସୁଦୃଢ ନେଇ ଉକ୍ତ ଶିବିରରେ ପ୍ରଶିକ୍ଷଣ ରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶମାଝୀ ସୁନ୍ଦର ଭାବରେ ପରିଚାଳନା କରିଥିଲେ lଆସନ୍ତା ଦିନରେ ଏହାକୁ ମଣ୍ଡଳ ସ୍ତରରେ ଆୟୋଜିତ କରିବା ସହିତ ଜନସାଧାରଣଙ୍କ ନିକଟରେ ଭାଜପାର ଚିନ୍ତାଧାରା ପହଞ୍ଚାଇବା ନିମନ୍ତେ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦେଶ ଦେଇଥିଲେ l