“ସୀମା ଭାଇ”ଙ୍କ ଦେହାନ୍ତରେ କୋରାପୁଟରେ ଶୋକର ଛାୟା

“ସୀମା ଭାଇ”ଙ୍କ ଦେହାନ୍ତରେ କୋରାପୁଟରେ ଶୋକର ଛାୟା

କୋରାପୁଟ/ସୁନାବେଡ଼ା, ୨୬/୦୨/୨୦୨୬: କୋରାପୁଟ ଜିଲ୍ଲାର ସୁନାବେଡ଼ା–୩ ଗଞ୍ଜାମ କଲୋନୀ ବାସିନ୍ଦା ତଥା ସେମିଳିଗୁଡା ଅଞ୍ଚଳର ଜଣାଶୁଣା କଂଗ୍ରେସ କର୍ମୀ ସୀମା ମହାନ୍ତିଙ୍କ ଅକାଳ ବିୟୋଗ ଘଟିଛି। ସେ “ସୀମା ଭାଇ” ନାମରେ କୋରାପୁଟ ଜିଲ୍ଲାରେ ପରିଚିତ ଥିଲେ ଏବଂ ଦଳୀୟ କାର୍ଯ୍ୟକଳାପରେ ସକ୍ରିୟ ଭୂମିକା ନେଇଆସୁଥିଲେ।କିଛି ମାସ ଧରି ସେ ଅସୁସ୍ଥ ଥିବା ଜଣାପଡ଼ିଛି। ଭୁବନେଶ୍ୱରର ଏକ ସରକାରୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଫେବୃଆରୀ ୨୫ ତାରିଖ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ସେ ପରଲୋକଗମନ କରିଥିବା ସୂଚନା ମିଳିଛି। ମୃତ୍ୟୁବେଳେ ତାଙ୍କ ବୟସ ୬୩ ବର୍ଷ ଥିଲା।

ତାଙ୍କ ଦେହାନ୍ତ ସମ୍ବାଦ ପ୍ରଚାର ପାଇବା ପରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ଅନେକ ସ୍ଥାନୀୟ ନେତା, କର୍ମୀ ଓ ସମର୍ଥକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।