ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଆଇସିୟୁ ପାଇଁ ଦାବି ରଖିଲେ ପାରଳାଖେମୁଣ୍ଡି ବିଧାୟକ

ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଆଇସିୟୁ ପାଇଁ ଦାବି ରଖିଲେ ପାରଳାଖେମୁଣ୍ଡି ବିଧାୟକ

ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଆଇସିୟୁ ପାଇଁ ଦାବି ରଖିଲେ ପାରଳାଖେମୁଣ୍ଡି ବିଧାୟକ

ଗଜପତି,୨୪.୨(ମନୋଜ ପାଢ଼ୀ)-: ଆଜି ଭୁବନେଶ୍ଵର ବିଧାନସଭା ସ୍ଵତନ୍ତ୍ର ସଭାଗୃହ ରେ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ବିଭୂତି ଭୂଷଣ ପ୍ରଧାନ ଙ୍କ ନେତୃତ୍ଵ ରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି । ଗତ କିଛିଦିନ ପୂର୍ବେ ଆଇସିୟୁ ଅଭାବରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ଗ୍ରାମ ର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଖବର ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ ଶୁଣି ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସିୟୁ ନିର୍ମାଣ କରିବାପାଇଁ ଆଜି ବିଧାସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଦାବି ରଖିଛନ୍ତି । ରାଜ୍ୟ ସରକାର ଓଡ଼ିଶାରେ ଏକ ହଜାର ବେଡ କରାଯିବା ନେଇ ଘୋଷଣା କରିଛିନ୍ତି । ପାରଳା ବିଧାୟକ ଏନେଇ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ଙ୍କୁ ପଚାରି ବୁଝିଥିଲେ କି ଗଜପତି ଜିଲ୍ଲା ରେ ଆଇସିୟୁ ଦିଆଯାଇଛି କି ନାହିଁ, ସେ ନେଇ ନିଷ୍ପତି ନିଆଯିବ ବୋଲି କମିଟି ପକ୍ଷରୁ ଜଣାଯାଇଥିବାର ବିଧାୟକଙ୍କ ପକ୍ଷରୁ ଜଣାଯାଇଛି । ଏହି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ପ୍ରମିଳା ମଲିକ, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ଉମାଚରଣ ମଲିକ, ବିଧାୟକ ସତ୍ୟଜିତ ଗମାଙ୍ଗ, ପ୍ରମୁଖଙ୍କ ସହ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ ତଥା ପୂର୍ବତନ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ ।