ଚତୃର୍ଥ ତ୍ରିବେଣୀ ମୋହତ୍ସବ ମିନାଝୋଲା ଠାରେ ପାଳିତ
ରାୟଗଡ: (info media) ଲାଗତର ଚତୁର୍ଥ ଥର ନିମନ୍ତେ ଚାନ୍ଦପୁର ପ୍ରେସ କ୍ଳବ ଆନୁକୂଲ୍ୟରେ ମହାଶିବାରାତ୍ରି ଜାଗର ଯାତ୍ରା ର ପୂର୍ବଦିନ ଶନିବାର ଅପରାହ୍ନରେ ଚନ୍ଦ୍ରପୁର ପ୍ରେସ କ୍ଲବ ତରଫରୁ ମୀନଖୋଲା ନିକଟରେ ଥିବା ଜନ କଲ୍ୟାଣ ଆଶ୍ରମ ପରିସରରେ ଚତୁର୍ଥ ତ୍ରିବେଣୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ମୋହତ୍ସବ କୁ ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକା, ରାମନଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ପୂର୍ବତନ ଜିଲା ବିଜେଡ଼ି ସଭାପତି ସୁଧୀର କୁମାର ଦାସ, ପୂର୍ବତନ ବିଜେପି ସଭାପତି ଶିବ ଶଙ୍କର ଉଲାକା,ଜନ କଲ୍ୟାଣେ ଆଶ୍ରମର ମୁଖ୍ୟ ପରିଚାଳକ ଚନକା ନନ୍ଦ ଗିରି, ଗୀତା ଗୁରୁ କରୁଣାକର ପାତ୍ର, ପୂର୍ବତନ ଜିଲା ମଙ୍ଗଳଅଧିକାରୀ ଅକ୍ଷୟ କୁମାର୍ ମଲିକ, ଏବିଇଓ ରମାକାନ୍ତ ମିଶାଇ, ପ୍ରେସ କ୍ଲବ ସଭାପତି ପ୍ରମୋଦ ସାହୁକାର, ସମ୍ପାଦକ ବିଜୟ ଉଲାକା ପ୍ରମୁଖ ଉପସ୍ଥିତ ଥିଲେ। ବିଜୟ ଉଲାକା ବିବରଣୀ ପାଠ ସହ ନିଜର ବଜ୍ରବା ରଖିଥିଲେ। ମୀନାଝୋଲାର ବିକାଶ ସହ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରାଯିବ ବୋଲି ବିଧାୟକ, ଅଧ୍ୟକ୍ଷ ପ୍ରମୁଖ ନିଜର ମତ ରଖିଥିଲେ । ପରେ ପ୍ରେସ୍ କ୍ଲବ୍ ତରଫରୁ ଅଞ୍ଚଳର ବହୁ ଆଦର୍ଶ ଶିକ୍ଷୟିତ୍ରୀ, ଶିକ୍ଷକ, ସମାଜସେବୀ, କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଉତ୍ତମ କୁମାର ଦାସ ସଂଯୋଜନା କରିଥିଲେ। ଜାଗର ଯାତ୍ରା କୁ ଆସିଥିବା ଭକ୍ତ ଙ୍କୁ ନିମନ୍ତେ ତ୍ରିବେଣୀ ଉତ୍ସବ କମିଟି ପକ୍ଷରୁ ଭାଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଅନ୍ୟପକ୍ଷେ ଜାଗର ଯାତ୍ରା ଅବସରରେ ନଦୀପଠାରେ ମେଳା ଲାଗିଛି। ଜାଗର ମେଳାରେ ବିଭିନ୍ନ ମିଠା ଦୋକାନ, ପୂଜା ସାମଗ୍ରୀ ସହ ଖେଳଣା, ଘରକରଣା ସାମଗ୍ରୀ ଷ୍ଟଲ ପଡ଼ିଥିବା ଦେଖବାକୁ ମିଳିଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
