ବଳିଦାନ ଦିବସରେ ରକ୍ତ ଦାନ ଶିବିର ୫୨ୟୁନିଟ ରକ୍ତ ସଂଗୃହୀତ

ବଳିଦାନ ଦିବସରେ ରକ୍ତ ଦାନ ଶିବିର ୫୨ୟୁନିଟ ରକ୍ତ ସଂଗୃହୀତ

ବଳିଦାନ ଦିବସରେ ରକ୍ତ ଦାନ ଶିବିର ୫୨ୟୁନିଟ ରକ୍ତ ସଂଗୃହୀତ…….

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୪-୦୨-୨୦୨୬ରିଖ (ଶନିବାର)ବରଗଡ଼ ସ୍ଥିତ କିଶୋରୀ ନର୍ସିଂ ହୋମ ଠାରେ ଡାକ୍ତର ପ୍ୟାରିଲାଲ ତ୍ରୀପାଠୀ ଓ ସାଇ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ବଳିଦାନ ଦିବସ ଅବସର ରେ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୂଖ୍ୟ ଅତିଥି ଭାବରେ ଡାକ୍ତର ଅଶ୍ୱିନୀ ଭୋଇ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ଆଜି ଦିନ ରେ ପୁଲୱାମା ଠାରେ ଶହିଦ ହୋଇଥିବା ବୀର ଯବାନ ମାନଙ୍କ ସ୍ମୃତି ରେ କିଶୋରୀ ନର୍ସିଂ ହୋମ ର କର୍ମଚାରୀ ମାନେ ସ୍ଵତଃ ରକ୍ତ ଦାନ କରି ବେଶ ଖୁସୀ ଅନୁଭବ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ଓ ଏହା ବୀର ଯବାନ ମାନଙ୍କୁ ସମର୍ପିତ କରାଯାଇଥିଲା।ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ କିଶୋରୀ ନର୍ସିଂ ହୋମ କୁ ଏକ ସ୍ମୃତି ଫଳକ ଦେଈ  ସମ୍ବର୍ଦ୍ଧିତ କରାଯାଇଥିଲା।ଉପରୋକ୍ତ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ, ସଦସ୍ୟା ଓ ସୁଜିତ ସାହୁ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।