ଭାରସାମ୍ୟ ହରାଇ ମାଟି ଅତଡ଼ା କୁ ଧକ୍କା ଦେଲା ଯାତ୍ରୀବାହି ବସ, ୧୪ ରୁ ଉର୍ଦ୍ଧ ଯାତ୍ରୀ ଆହାତ, ଜଣେ ଗୁରୁତର। ଗଜପତି,୧୪.୨(ମନୋଜ ପାଢ଼ୀ):- ଭାରସାମ୍ୟ ହରାଇ ମାଟି ଅତଡ଼ାକି ଧକ୍କା ଦେଲା ଯାତ୍ରୀବାହି ବସ୍ l 14 ରୁ ଉର୍ଦ୍ଧ ଯାତ୍ରୀ ଆହତ, ଜଣେ ଗୁରୁତର lଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ କଲେଜ୍ ନିକଟରେ ଥିବା ବୁଲାଣି ରାସ୍ତାରେ।ଭିକ୍ରାନ୍ତ ନାମକ ଏକା ଘରଇ ଯାତ୍ରୀବାହି ବସ ଟି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସମ୍ବଲପୁର ଗାଁ ରୁ ବ୍ରହ୍ମପୁର ଯିବା ବେଳେ ଚାନ୍ଦିପୁଟ କଲେଜ ନିକଟସ୍ଥ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ହେବା ଫଳରେ ବସ ରେ ଥିବା ସମସ୍ତ ଯାତ୍ରୀ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଭାରସାମ୍ୟ ହରାଇ ମାଟି ଅତଡ଼ା କୁ ଧକ୍କା ଦେଲା ଯାତ୍ରୀବାହି ବସ, ୧୪ ରୁ ଉର୍ଦ୍ଧ ଯାତ୍ରୀ ଆହାତ, ଜଣେ ଗୁରୁତର।
