ଚଳ ଚଞ୍ଚଳ ପୈରାଣିକ କ୍ଷେତ୍ର ମହେନ୍ଦ୍ରଗିରି ପର୍ବତ ଶିଖର

ଚଳ ଚଞ୍ଚଳ ପୈରାଣିକ କ୍ଷେତ୍ର ମହେନ୍ଦ୍ରଗିରି ପର୍ବତ ଶିଖର

ଚଳ ଚଞ୍ଚଳ ପୈରାଣିକ କ୍ଷେତ୍ର ମହେନ୍ଦ୍ରଗିରି ପର୍ବତ ଶିଖର

ଗଜପତି,୧୪.୨(ମନୋଜ ପାଢ଼ୀ) -: ଚଳ ଚଞ୍ଚଳ ପୈରାଣିକ କ୍ଷେତ୍ର ମହେନ୍ଦ୍ରଗିରି ପର୍ବତ ଶିଖର, ସାରାଦେଶରେ ମହା ଶିବରାତ୍ରି ପାଇଁ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରବିବାର ଶିବରାତ୍ରି ପାଳନ କରିବେ କିନ୍ତୁ ମହେନ୍ଦ୍ରଗିରି ଶିଖରରେ ଥିବା ଶୈବପୀଠରେ ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ଶନିବାର ପାଳନ ହୋଇଯାଇଛି ଜାଗର ଯାତ୍ରା। ଚାରିଯୁଗର ମୁକସାକ୍ଷୀ ହୋଇ ରହିଥିବା ପୈରାଣିକ ସ୍ଥଳ ମହେନ୍ଦ୍ରଗିରିର ଅନେକ କିମ୍ବଦନ୍ତୀ ରହିଛି ସେହିଭଳି ଶିବରାତ୍ରି ପୁର୍ବ ଦିନ ଜାଗର ପାଳନକୁ ନେଇ ମଧ୍ୟ ଏକ କିମ୍ବଦନ୍ତୀ ରହିଛି ଏଠାରେ ବସବାସ କରୁଥିବା ସାଧୁଙ୍କ ମତ ଅନୁସାରେ ମହେନ୍ଦ୍ର ଏହୁଛି ସ୍ବୟଂ ଶିବଙ୍କ ଅବତାର ଏବଂ ସୁର୍ଯ୍ୟ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ସକାଳୁ ସକାଳୁ ସୁର୍ଯ୍ୟ ଉଦୟ ସମୟରେ ଏଠାକାର ନିଆରା ଦୃଶ୍ୟ ପରିଲକ୍ଷିତ ହୁଏ ଯାହାକୁ ଦୈଖିଲେ ସୁର୍ଯ୍ୟ ମହେନ୍ଦ୍ର ଶିଖର ସହିତ ଲାଖି ରହିଲା ଭଳି ମନେ ହୁଏ ।

ମହେନ୍ଦ୍ରଗିରିରେ ଶିଖରରେ ସେହି ସମୟରେ ଏହି ଶିବ ବିଷ୍ଣୁ ଙ୍କ ମିଳନ ଦୃଶ୍ୟ ଦେଖିବାକୁ ସମସ୍ତ ଦେବାଦେବୀ ଉପସ୍ଥିତ ରହୁଥିବା ଲୋକକଥା ରହିଥିବା ବେଳେ ସେଥିପାଇଁ ଭୋର ସକାଳୁ ଶିବରାତ୍ରି ଦିନ ହରିହରଙ୍କ ଭେଟ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। ରାତି ତମାମ ଉଜାଗର ରହି ସକାଳୁ ହରିହର ଦର୍ଶନ ପରେ ଶିବରାତ୍ରି ପାଳନ ପାଳନ କରନ୍ତି ବୋଲି ସାଧୁ କହିଛନ୍ତି । ହଜାର ହଜାର ଭକ୍ତଙ୍କ ସମାଗମ ଯୋଗୁଁ ମହେନ୍ଦ୍ରଗିରିରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।