ଛନ୍ଦ ବିଜ୍ଞାନୀ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ ।

ଛନ୍ଦ ବିଜ୍ଞାନୀ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ ।

ଛନ୍ଦ ବିଜ୍ଞାନୀ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ ।

ଗଜପତି, ୧୩।୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଛନ୍ଦ ବିଜ୍ଞାନୀ ତଥା ଓଡିଶା ସାହିତ୍ୟର ଆଦ୍ୟ ସମାଲୋଚକ ଶ୍ୟାମ ସୁନ୍ନଦର ରାଜଗୁରୁଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ହିତୈଷିଣି ସମାଜର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଆୟୋଜିତ ସାରସ୍ବତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷାବିତ ଡ. ପ୍ରଫୁଲ ଚନ୍ଦ୍ର ମହାନ୍ତି । ଉତ୍କଳ ହିତୈଷିଣୀ ସମାଜର ସଭାପତି ଭାରତଭୂଷଣ ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଓ ନବରଙ୍ଗପୁର ଜିଲ୍ଲାର ଶିକ୍ଷାବିତ ଦୁର୍ଗାଚରଣ ଦାଶ ସମ୍ମାନନୀୟ ଅତିଥି ଭାବେ ସଭାକୁ ସମ୍ବୋଧିତ କରିଥିଲେ । ଓଡିଆ ଭାଷା ଓ ସାହିତ୍ୟକୁ ରାଜଗୁରୁ ମହାଶୟଙ୍କ ଅବଦାନ ଓଡିଶା ତଥା ଓଡିଆ ଜାତିପାଇଁ ଚିର ସ୍ମରଣୀୟ ଓ ଅନବଦ୍ୟ ବୋଲି ସମସ୍ତ ବକ୍ତା ମତ ପ୍ରକାଶ କରିଥିଲେ ।

ଓଡିଆ ଭାଷା ଆନ୍ଦୋଳନର ଅନ୍ୟତମ ବିଶିଷ୍ଟ ସହଯୋଗୀ ଅରକ୍ଷିତ ଜେନାଙ୍କ ଅକାଳ ମୃତ୍ୟରେ ଶୋକ ପ୍ରକାଶ କରାଯାଇ ସଭା ଆରମ୍ଭରେ ନୀରବ ପ୍ରାର୍ଥନା କରାଯାଇଥିଲା । ସୁଶ୍ରି ସ୍ନେହା ବେହେରା, ଶଶିଭୂଷଣ ପଟ୍ଟନାୟକ, ଅଧ୍ୟାପକ ଆର୍ତତ୍ରାଣ ଚଇନି ଓ ତ୍ରିପତି ପ୍ରସାଦ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ ମୁରଲୀଧର ପରିଚ୍ଛା, ଶରତଚନ୍ଦ୍ର ସାହୁ, ବିଷ୍ଣୁ ଚରଣ ପଣ୍ଡା, ନିତ୍ୟାନନ୍ଦ ଚୌଧୁରୀ, ଶ୍ୟାମସୁନ୍ଦର ଗନ୍ତାୟତ ପ୍ରମୁଖ । ଡ. କଲ୍ୟାଣୀ ମିଶ୍ର ଓ ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀଙ୍କ ସମେତ ସହରର ଶତାଧିକ ବୁଦ୍ଧିଜୀବୀ ଏହି ସମାରୋହରେ ଯୋଗଦେଇଥିଲେ ।