ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଚଢାଉ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଆଜି ଭିଜିଲାନ୍ସ କର୍ମଚାରୀ ମାନେ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ବାଲି ବୋଝେଇ ଟ୍ରାକ୍ଟର ମାଲିକଙ୍କ ଠାରୁ ଗାଡ଼ି ଛାଡ଼ିବା ପାଇଁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି । ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୫ ତାରିଖରେ ଶ୍ରୀ ସେଠୀ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ ଓ ନିଜ କାର୍ଯ୍ୟାଳୟ ପରିସରରେ ଅଟକ ରଖିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗାଡ଼ିଟିକୁ ଅଟକ ରଖିବା ନେଇ ସେ କୌଣସି ସରକାରୀ ଦସ୍ତାବିଜ୍ ପ୍ରସ୍ତୁତ କରିନଥିଲେ।
ଅନ୍ୟ ପକ୍ଷରେ ଟ୍ରାକ୍ଟର ମାଲିକ ଗାଡ଼ିର ସମସ୍ତ କାଗଜପତ୍ର ଦେଖାଇବା ସତ୍ତ୍ୱେ, ଅତିରିକ୍ତ ତହସିଲଦାର ସେଠୀ ଗାଡ଼ି ଛାଡ଼ିବା ପାଇଁ ଅର୍ଥ ଦାବି କରିଥିଲେ। ଶେଷରେ ନିରାଶ ମାଲିକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।ଆଜି ଯେତେବେଳେ ଅଭିଯୋଗକାରୀ ଅତିରିକ୍ତ ତହସିଲଦାରଙ୍କୁ ଭେଟିଥିଲେ, ଶ୍ରୀ ସେଠୀ ତାଙ୍କୁ ଜୋରିମାନା ସହ ନିଜ ପାଇଁ ମୋଟ ୪୦,୦୦୦ ଟଙ୍କା ଦାବି ମାଗିଥିଲେ। ଏହି ଭଳି ପରିସ୍ଥିତିରେ ସେ ଟଙ୍କା ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ। ତଦନ୍ତ ସମୟରେ ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ସହ ସରକାରୀ ରସିଦ୍ ବା ଚାଲାଣରେ ଥିବା ଅନିୟମିତତାର ମଧ୍ୟ ଯାଞ୍ଚ ହୋଇଛି।ସେଠୀଙ୍କ ଗିରଫଦାରୀ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ସମ୍ପର୍କିତ ଅନ୍ୟ ସ୍ଥାନରେ ପୃଥକ ଭାବେ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।
ଏହି ଚଢାଉ ପରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ନଂ ୦୧/୨୦୨୬, ଧାରା 2018 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
