ଟି୨୦ ବିଶ୍ୱକପ୍ ୨୦୨୬: ନାମିବ୍ୟାକୁ ୯୩ ରନ୍ରେ ହରାଇଲା ଭାରତ
ନୂଆଦିଲ୍ଲୀ: ଆଇସିସି ପରିଚାଳିତ ଟ୍ବେଣ୍ଟି୨୦ ପୁରୁଷ ବିଶ୍ବକପ୍-୨୦୨୬ରେ ଭାରତ ଗୁରୁବାର ନିଜ ଦ୍ୱିତୀୟ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରି ନାମିବ୍ୟାକୁ ୯୩ ରନ୍ରେ ପରାସ୍ତ କରିଛି। ସ୍ଥାନୀୟ ଅରୁଣ ଜେଟ୍ଲି ଷ୍ଟାଡିୟମରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ବ୍ୟାଟିଂ ଓ ବୋଲିଂ ଉଭୟ ଖେତ୍ରରେ ସ୍ୱାଧିନ୍ୟ ଦେଖାଇଥିଲା।ଟସ୍ ଜିତି ନାମିବ୍ୟା ପ୍ରଥମେ ବୋଲିଂ ଚୟନ କରିଥିଲା।
ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨୦୯ ରନ୍ ସଂଗ୍ରହ କରିଥିଲା। ୨୧୦ ରନ୍ର ବିଜୟ ଲକ୍ଷ୍ୟ ନେଇ ମାଇଦାନକୁ ନାମିଥିବା ନାମିବ୍ୟା ୧୮.୨ ଓଭରରେ ୧୧୬ ରନ୍ରେ ଆଲ୍ଆଉଟ୍ ହୋଇଥିଲା।
ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଶ୍ରେଷ୍ଠ ବୋଲିଂ କରି ୨ ଓଭରରେ କେବଳ ୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଦୁଇଟି କରି ୱିକେଟ୍ ଦାବି କରି ଭାରତର ଜିତକୁ ସୁନିଶ୍ଚିତ
