ପାଟୱାନିଆ ପରିବାର ସୌଜନ୍ୟରୁ ଲିଭ ଫର ଅଦର୍ସର କମ୍ବଳ ବଣ୍ଟନ।
ସେମିଳିଗୁଡା.ତାରିଖ ୧୧,୨,୨୦୨୫, ସେମିଳିଗୁଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲିଭ ଫର ଅଦର୍ସ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସେମିଳିଗୁଡାର ବିଶିଷ୍ଟ ବ୍ଯବସାୟୀ ଓ ସମାଜସେବୀ ଶ୍ରୀ ଆନନ୍ଦ ପାଟୱାନିଆଙ୍କ ସୌଜନ୍ୟରୁ ଖୁଡିପଦର ଆଦର୍ଶ ବିଦ୍ୟାଳୟରେ କମ୍ବଳ, ଖାତା,ପେନ,ଶାଲ,ଖେଳନା ଉପକରଣ ବଣ୍ଟନ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷା ପ୍ରୀତି ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀ ମିଶ୍ର ବୁଝାଇଥିଲେ ଓ ଶ୍ରୀ ପାଟୱାନିଆଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀଯୁକ୍ତ ପାଟୱାନିଆ, ତାଙ୍କ ଧର୍ମପତ୍ନୀ ,ଝିଅ ଓ ପୁଅ ରିତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ। ବିଦ୍ୟାଳୟର ୧୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ବଡ କମ୍ବଳ, ଖାତା ପେନ୍,ଚେସ ବୋର୍ଡ, ଲୁଡୁ ବୋର୍ଡ, କ୍ୟାରମ୍ ବୋର୍ଡ ବଣ୍ଟନ କରାଯାଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶାଲ ପ୍ରଦାନ କରି ଶ୍ରୀ ପାଟୱାନିଆ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟ ତରଫରୁ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା।ଉଲ୍ଲେଖଯୋଗ୍ଯ ଯେ ଏହି ବିଦ୍ୟାଳୟରେ ଦୂରଦୂରାନ୍ତରୁ ଆସି ଆଦିବାସୀ ପିଲାମାନେ ରହି ପାଠ ପଢୁଛନ୍ତି।
