ଦାମନଯୋଡି ସରସ୍ଵତୀ ବିଦ୍ୟାମନ୍ଦିରରେ କିଶୋରୀ ସଚେତନତା କାର୍ଯ୍ୟକ୍ରମ

ଦାମନଯୋଡି ସରସ୍ଵତୀ ବିଦ୍ୟାମନ୍ଦିରରେ କିଶୋରୀ ସଚେତନତା କାର୍ଯ୍ୟକ୍ରମ

ଦାମନଯୋଡି ସରସ୍ଵତୀ ବିଦ୍ୟାମନ୍ଦିରରେ କିଶୋରୀ ସଚେତନତା କାର୍ଯ୍ୟକ୍ରମ

ସେମିଳିଗୁଡା ୧୦.୦୨.୨୬ରିଖ, ନାଲକୋ ଶିଳ୍ପାଞ୍ଚଳ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ଅଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ବାହିନୀପତିଙ୍କ ତତ୍ବାବଧାନରେ ଏକ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ସପ୍ତମ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀର ବାଳିକା ମାନେ ଏଥିରେ ଭାଗ ନେଇଥିଲେ। ସମାଜ ସେବୀ ତଥା ସାହିତ୍ୟିକାଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା, ନିଜ ଶରୀର ପ୍ରତି ଯତ୍ନଶୀଳତା ସହିତ ସାମ୍ପ୍ରତିକ ପରିସ୍ଥିତିରେ ସବୁ ଦିଗରେ ସଚେତନ ରହି ଝିଅ ମାନେ କିପରି ନିଜର ଆତ୍ମରକ୍ଷା କରି ନିଜକୁ ସୁରକ୍ଷିତ ରଖି ପାରିବେ ସେହି ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପରାମର୍ଶ ଦେଇ ଥିଲେ। ନାରୀ ମାନଙ୍କ ସୁରକ୍ଷା ପାଇଁ ଯେଁଉ ସବୁ ସରକାରୀ ଯୋଜନା ରହିଛି ତାହା ଅବଗତ କରାଇଥିଲେ।

ଛାତ୍ରୀ ମାନଙ୍କ ବ୍ୟକ୍ତିଗତ ସମସ୍ୟା ଗୁଡ଼ିକ ଶୁଣି ତାର ସମାଧାନର ପଥ ଆଲୋଚନା କରି ଥିଲେ, ଆଲୋଚ୍ୟ ବିଷୟ ଗୁଡ଼ିକୁ ବାଳିକା ମାନେ ବେଶ୍ ଗୁରୁତ୍ୱ ପୂର୍ଣ୍ଣ ଭାବରେ ଗ୍ରହଣ କରିଥିଲେ। ବିଦ୍ୟାମନ୍ଦିର ଅନ୍ୟାନ୍ୟ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଥିଲେ।