ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ

*ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ* ———————————————

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଚୋରା ଚାଲାଣ ହେଉଥିବା ୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଆଜି ନିଧିଆପଲ୍ଲୀ ଛକ ନିକଟରେ ଏସ୍.ଆଇ. ଏଲ୍. ବିଶ୍ୱାଳଙ୍କ ନେତୃତ୍ୱରେ ଗାଡ଼ି ଯାଞ୍ଚ ଚାଲିଥିଲା। ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ନେଇ ସୂଚନା ମିଳିବା ପରେ, ପୋଲିସ ଟିମ୍ ଖାରିଗୁଡ଼ା ନିକଟରେ ଛକି ରହିଥିଲେ। ଏକ ନାଲି ଓ କଳା ରଙ୍ଗର ପଲସର ମୋଟର ସାଇକେଲରେ (OD 03 D 8859) ଆସୁଥିବା ଦୁଇଜଣ ଯୁବକ କୁ ଅଟକ ରଖି ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ଗଞ୍ଜେଇ ମିଳିଥିଲା। ଉକ୍ତ ଦୁଇ ଯୁବକ ନରେଶ କହଁର କନ୍ଧମାଳ ଜିଲ୍ଲା ସଲାଗୁଡ।

ଗ୍ରାମର ଓ ଭିକାରୀ ଦଳବେହେରା, ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଶ୍ରୀ ଅବିନାଶ ମହାରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ୨୯ କେଜି ବେଆଇନ ଗଞ୍ଜେଇ,ନଗଦ ୧୩୫୦ ଟଙ୍କା ଓ ଗୋଟିଏ ପଲସର୍ ମୋଟର ସାଇକେଲ (OD 03 D 8859) ଜବତ କରାଯାଇଛି।ଏହି ସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ମାମଲା ନଂ୧୨୩/୨୬, ଧାରା 20(b)(ii)(c)/29 NDPS ଆଇନ ଅନୁଯାୟୀ ମକଦ୍ଦମା ରୁଜୁ ହୋଇଛି।