ରାଇସିଂ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ।
ଗଜପତି ( ମନୋଜ ପାଢ଼ୀ) ତା- ୧୦/୦୨/୨୬, ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନଘା ଗ୍ରାମପଞ୍ଚାୟତ ସ୍ଥିତ ରାଇସିଂ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫-୨୬ ମହାସମାରହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ର ଆବାହକ ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ମାଳୀ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ , ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶିକ୍ଷା ନିରୀକ୍ଷକ ( ଏସ ଏସ ଡି ) ରମେଶ ଚନ୍ଦ୍ର ଦାସ, ସମ୍ମାନିତ ଅତିଥିଭାବେ ରାମଗିରି ପି ଏମ ଶ୍ରୀ ସରକାରୀ (ଏସ ଏସ ଡି) ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜିବ କୁମାର ନାୟକ , ଛେଲ୍ଲାଗଡ଼ ସରକାରୀ (ଏସ ଏସ ଡି ) ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବକାନ୍ତ ସାମଲ , ରା. ଉଦୟଗିରି,ମୋହନା ଓ ରାୟଗଡ ବ୍ଲକର ମଙ୍ଗଳ ବିଭାଗର ସମସ୍ତ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣ ଓ ଅବସର ପ୍ରାପ୍ତ ଶିକ୍ଷକ ପ୍ରମୁଖ ମଞ୍ଚାସିନ ହୋଇଥିଲେ l
କାର୍ଯ୍ୟକ୍ରମରେ ଜଣେ କୁନି ଛାତ୍ରଙ୍କ ଦ୍ୱାରା ସ୍ବାଗତ ସଂଗୀତ ଗାନ ପରେ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ନୃତ୍ୟ ପରିବେଷଣ କରିଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ମାଳୀ ବିଦ୍ୟାଳୟର ବାର୍ଷିକ ବିବରଣ ପଠନ କରିଥିଲେ। ବିବରଣ ମଧ୍ୟରେ ୧୯୫୫ ମସିହାରେ କେବଳ ୪୦ ଜଣ ବିଦ୍ୟାର୍ଥୀଙ୍କ ଶିକ୍ଷାଦାନରୁ ଆରମ୍ଭ ହୋଇଥିବା ବିଦ୍ୟାଳୟର ବର୍ତ୍ତମାନର ସ୍ଥିତି ଓ ଛାତ୍ରଛାତ୍ରୀ ସଂଖ୍ୟା ତଥା, ଜିଲ୍ଲା ଶିକ୍ଷା ନିରୀକ୍ଷକଙ୍କ ଉପସ୍ଥିତି ଓ ଅତିଥି ମାନଙ୍କୁ ବିଦ୍ୟାଳୟ ର ସମସ୍ୟା ବିଷୟରେ କହି ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟର ଶ୍ରେଣୀ ଗୃହ , ଛାତ୍ରଛାତ୍ରୀଙ୍କ ଖେଳିବା ପାଇଁ ଖେଳପଡିଆ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରହିବା ପାଇଁ କୋଠରୀ ର ନିତ୍ୟାନ୍ତ ଆବଶ୍ୟକ ଥିବା କହିଥିଲେ l ଅତିଥିଙ୍କ ଅଭିଭାଷଣ ପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହାଇଥିଲା l କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟ , ୱାର୍ଡ ମେମ୍ବର ଓ ଗଣେଶ ବୁଦ୍ଧିଜୀବୀ ଗଣ ଉପସ୍ଥିତ ଥିଲେ l ପି ଏମ ଶ୍ରୀ ସରକାରୀ ଏସ ଏସ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ବିଭାଗ ଇଂରାଜୀ ଅଧ୍ୟାପକ ଅଞ୍ଜିତ କୁମାର ପରିଛା ଓ ଡ଼ଃ. ବି. ଆର ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ ବାୟାଧର ବଡ଼କୁମର ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କାଳିନ୍ଦୀ ଚରଣ ବେହେରା, ମହେଶ୍ବରି ଦଳେଇ, ପଙ୍କଜ ଭୁୟାଁ,ଗଣେଶ ବେହେରା,ଲକ୍ଷ୍ମୀ ପ୍ରଧାନଙ୍କ ସହ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
