ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି,୧୦.୨(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକାରଣ (ଡିଏଲଏସଏ:)ର ପକ୍ଷରୁ ଆଜି ପାରଳାଖେମୁଣ୍ଡି ସ୍ଥିତ ସିଭିଲ କୋର୍ଟର ସମ୍ମିଳନୀ କକ୍ଷ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା , ମୋଟର ଦୁର୍ଘଟଣା ଜନିତ ମାମଲା (ଏମଏସିଟି:) ଓ ମୋଟର ଯାନ ଆଇନ ସମ୍ବନ୍ଧୀୟ ବିଷୟ , ସଂଶୋଧିତ ଦାବି ଟ୍ରିବ୍ୟୁନାଲ ସହମତି ପ୍ରକ୍ରିୟା (ଏମସିଟିଏପି:) ଉପରେ ଆଲୋଚନା କରା ଯାଇଥିଲା। ସେହିପରି ବିକଳ୍ପ ବିବାଦ ସମାଧାନ ପ୍ରଣାଳୀ ଅନ୍ତର୍ଗତ ସ୍ଥାୟୀ ଲୋକ ଅଦାଲତ (ପିଏଲଏ:)ର ସ୍ଥାପନ , କାର୍ଯ୍ୟ ପ୍ରଣାଳୀ , ପିଏଲଏ ଦ୍ୱାରା ଗ୍ରହଣୀୟ ବିବାଦ ଓ ଆଇନ ସେବା କର୍ତ୍ତୃପକ୍ଷ ଆଇନ , ୧୯୮୭ର ଅଧ୍ୟାୟ-ଭିଏ ଅନୁସାରେ ମିଳୁଥିବା ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରା ଯାଇଥିଲା।ଏହାସହ ସୁଖଦେବ @ ପହଲୱାନ ବନାମ ଦିଲ୍ଲୀ ରାଜ୍ୟ (ଏନସିଟି:) ଓ ଅନ୍ୟାନ୍ୟ ମାମଲା (ଅପରାଧିକ ଅପିଲ ସଂଖ୍ୟା–୩୨୭୧/୨୦୨୫) ସମ୍ପର୍କିତ ମହତ୍ୱପୂର୍ଣ୍ଣ ରାୟ ଉପରେ ମଧ୍ୟ ଆଲୋଚନା କରାଯାଇ ଉପସ୍ଥିତ ଲୋକମାନଙ୍କୁ ଆଇନ ଜ୍ଞାନ ପ୍ରଦାନ କରା ଯାଇଥିଲା।
କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି , ଅତିରିକ୍ତ ଜିଲ୍ଲା ଦୌରାଜଜ୍(ସ୍ଵତନ୍ତ୍ର ଅଦାଲତ) ପାରଳାଖେମୁଣ୍ଡି ଶ୍ରୀ ସତ୍ୟ ନାରାୟଣ ପାତ୍ର , ମୁଖ୍ୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟ ଶ୍ରୀ ନରୋତ୍ତମ ସେଠୀ , ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା , ଡିଏଲଏସଏ: ସଚିବ ଶ୍ରୀ ବିମଳ ରାଉଳ , ମହିଳା ଅଦାଲତର ସିଭିଲ ଜଜ (ସିନିଅର ଡିଭିଜନ) ଶ୍ରୀମତୀ ରସ୍ମିତା ସାହୁ , ଏସଡିଜେଏମ: ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ଜେଏମଏଫସି: ଶ୍ରୀ ସତ୍ୟଜିତ ପାଣି , ପ୍ରୋବେସନ ସିଭିଲ ଜଜ କୁମାରୀ ଅଭିପସା ମହାକୁଡ଼ ଓ ପାରଳାଖେମୁଣ୍ଡି ବାର ଆସୋସିଏସନ ସଚିବ ଶ୍ରୀ ଏମ: ପୃଥିବୀରାଜ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହିତ ବରିଷ୍ଠ ଅଧିବକ୍ତା ଶ୍ରୀ ହୀରାଚାନ୍ଦ’ଙ୍କ ସମେତ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ , ଟ୍ରାଫିକ ପୋଲିସ ଆରାଲାଖେମୁଣ୍ଡି ଏବଂ ଶ୍ରୀ ବାଲ୍ମୀକି ପ୍ରଧାନ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କୁ ଆଇନ ସଚେତନତା ବିଷୟରେ ସମ୍ବୋଧନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟର ସମସ୍ତ କର୍ମଚାରୀ , ପାରଳାଖେମୁଣ୍ଡି ବାର ସଦସ୍ୟ ଓ ଟ୍ରାଫିକ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହି ବେଶ ଉପକୃତ ହୋଇଥିଲେ।
