ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ତମ ଆବିର୍ଭାବ ମହୋତ୍ସବ ଅବସର ରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ତମ ଆବିର୍ଭାବ ମହୋତ୍ସବ ଅବସର ରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ତମ ଆବିର୍ଭାବ ମହୋତ୍ସବ ଅବସର ରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ…….

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୮-୦୨-୨୦୨୬ରିଖ (ରବି ବାର)ବରଗଡ଼ ସ୍ଥିତ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ତମ ଆବିର୍ଭାବ ତଥା ପ୍ରଥମ ବରଗଡ଼ ଜିଲ୍ଲା ସ୍ତରୀୟ ମହା ମହୋତ୍ସବ “ପ୍ରୀତି ନିବାହୀ”-୨୦୨୬ ଅବସର ରେ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ଡାକ୍ତର ସାନନ୍ଦ ବାଗ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେରେ ଶୁଭାରମ୍ଭ କରିବା ସହ ନିଜେ ମଧ୍ୟ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଓଡ଼ିଶା ର କୋଣ ଅନୁକୋଣରେ ଆସିଥିବା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଅନୁଗାମୀ ମାନେ ଆସି ସ୍ଵତଃ ରକ୍ତ ଦାନ କରିଥିଲେ।ସମ୍ବାନୀତ ଅତିଥି ଭାବରେ ପୂର୍ବତନ ବିଧାୟକ ଶ୍ରୀ ସାଧୁ ନେପାକ ମଧ୍ୟ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଥିଲେ।ଏହୀ ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଏହି ଶିବିର କୁ ଉତ୍ସବ କମିଟି ର ସଭାପତି ସରୋଜ କୁମାର ଭୋଇ,ପ୍ରମୋଦ ମିଶ୍ର,ମିଳନ ନାଗ, ଧର୍ମରାଜ ଭୋଇ ଓ ବାବୁନି ପାତ୍ର ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ସାଲୁବ୍ରିଟି ୟୁରୋଲୋଜି ଓ କିଡ଼ିନି କେଆର ତରଫ ରୁ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଇଁ “ପ୍ରୀତି ନିବାହୀ”-୨୦୨୬ କମିଟି କର୍ମକର୍ତ୍ତା ଙ୍କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।