ସୋନିଆ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ବିଜେପିର ବିକ୍ଷୋଭ ଓ ପ୍ରତିବାଦ ସହିତ ସୋନିଆ ଗାନ୍ଧୀ ଙ୍କ କୁଶପୁତୁଳା ଦାହ
ରାୟଗଡା : – ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରତି କଂଗ୍ରସ ସାଂସଦ ସୋନିଆ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନକୁ ନିନ୍ଦା କରିଛି ରାୟଗଡା ବିଜେପି । ବଜେଟ ଅଧିବେଶନ ପରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ନିଜ ମନ୍ତବ୍ୟରେ ପୁଅର ଥିଙ୍ଗ ( ବିଚାରୀ ମହିଳା) ଶବ୍ଦ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କହିଥିବା ବିଜେପି ଅଭିଯୋଗ କରିଛି । ଘଟଣାକୁ ନିନ୍ଦା କରିବା ସହ ସୋନିଆ ଗାନ୍ଧୀ, କ୍ଷମା ପ୍ରାର୍ଥନା କରିବାକୁ ଦାବୀ କରିଛି ବିଜେପି । ଶନିବାର ଅପରାହ୍ନ ୫ଟା ସମୟରେ ରାୟଗଡା ବିଜେପି କପିଳାସ ଛକ ଠାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୋନିଆ ଗାନ୍ଧୀଙ୍କ କୁଶ ପୁତଳିକା ଦାହ କରିଛନ୍ତି । ଜିଲ୍ଲା ମହିଳା ସଭାନେତ୍ରୀ ଲଷ୍ମୀବୁରୁଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ଦେବେନ୍ଦ୍ର ପାଣିଗ୍ରାହୀ,ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏସି.ଏଟି ମୋର୍ଚ୍ଚା କାଳୀରାମ ମାଝୀ, ଯୁବ ମୋର୍ଚ୍ଚା ସଭାପତି ଉମେଶ ଖୋସଲା, ୟୁବ ନେତା ପ୍ରତାପ ପୁଆଲା ପ୍ରମୁଖ ଉପସ୍ଥିତ ରହି ସାଂସଦ ସୋନିଆ ଗାନ୍ଧୀ ଦେଇଥିବା ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି । ଜଣେ ଆଦିବାସୀ ମହିଳା ତଥା ଭାରତର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ନିନ୍ଦନ୍ଦୀୟ ଓ ଦୁର୍ଭାଗ୍ୟଜନକ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏସି.ଏଟି ମୋର୍ଚ୍ଚା କାଳୀରାମ ମାଝୀ ମତବ୍ୟକ୍ତ କରିଛନ୍ତି । କଂଗ୍ରେସ ଦଳ ସର୍ବଦା ଆଦିବାସୀଙ୍କ ସହ ଅଛି ବୋଲି ଯେଉଁ ଡିଣ୍ଡିମ ପିଟୁଛି, ଏହି ବିବାଦୀୟ ବୟାନରୁ ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସ ଦଳ ଆଦିବାସୀ ମାନଙ୍କ ପ୍ରତି କିଭଳି ସମ୍ମାନ ଦେଉଛି । ଯଥାଶୀଘ୍ର ସାଂସଦ ସୋନିଆ ଗାନ୍ଧୀ, ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବାକୁ ଦାବୀ କରିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ । ବିକ୍ଷୋଭ ପ୍ରଦର୍ଶନ ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଶ୍ୱିନୀ କଂଚଡା, ବିଜେପି ଉପ-ସଭାପତି ପଦ୍ମନାଭ ଦାଶ, କାଉନସିଲର ପି.ବାଣିଶ୍ରୀ, ସୁମନ୍ତ ମହାରଣା, କୃଷ୍ଣ ପଣ୍ଡା, କେ.ସି.ପଟନାୟକ, ରଂଜନା ଉପାଧ୍ୟୟ, ଭାନୁମତି ମୁଦୁଲି, ରାଜେଶ୍ୱରୀ ଗାଂଟା, ଚନ୍ଦ୍ରକଳା ପ୍ରମୁଖ ଉପସ୍ଥିତ ଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ