କାର ଧକ୍କାରେ ଅଜା ମୃତ, ନାତି ଆହତ

କାର ଧକ୍କାରେ ଅଜା ମୃତ, ନାତି ଆହତ

କାର ଧକ୍କାରେ ଅଜା ମୃତ, ନାତି ଆହତ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଡିଶାପଲୀ ଗ୍ରାମରେ ଶନିବାର ରାତ୍ର ୮ ଘଣ୍ଟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଡିଶାପଲି ଗ୍ରାମର ମହେଶ୍ୱର ବିଷୋୟୀ ନିଜ ୫ ବର୍ଷର ନାତି ସହିତ ବେଲଗୁଣ୍ଠା ନୃସିଂହ ମନ୍ଦିର ଦର୍ଶନ ସାରି ରାତ୍ର ୮ ଘଣ୍ଟା ସମୟରେ ସାଇକେଲ ରେ ନିଜ ଗାଁ ଗାଡିଶାପଲ୍ଲୀ ଫେରିବା ସମୟରେ ଅଢେଇଗାଁ ସ୍କୁଲ ନିକଟରେ ବିପରୀତ ପଟୁ ଆସୁଥିବା ଏକ କାର ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଅଜା ନାତି ରାସ୍ତା କଡରେ ଛିଟିକି ପଡିବାରୁ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ଏକ ଡାଲା ଅଟୋ ରେ ଆଣି ବେଲଗୁଣ୍ଠା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମହେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ବେଳେ ୫ ବର୍ଷ ନାତିର ମୁଣ୍ଡ ଫାଟିଯାଇଥିବାରୁ ବେଲଗୁଣ୍ଠାରେ ଚିକିତ୍ସା କରାଯାଉଛି। ଖବର ପାଇ ବେଲଗୁଣ୍ଠା ଥାନା ଏସଆଇ ବିଶ୍ୱରଞ୍ଜନ ନାୟକ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛନ୍ତି।