ମଞ୍ଜୁ ସୁହୁଲା ଙ୍କ ୩୮ତମ ଜନ୍ମ ଦିନ ରେ ୩୧ୟୁନିଟ ରକ୍ତ ସଂଗୃହୀତ
ବରଗଡ – – (ଭବାନୀ ଶଙ୍କର ପାଢ଼ୀ) ତା-୦୭-୦୨-୨୦୨୬ରିଖ (ଶୁକ୍ର ବାର)ବରଗଡ଼ ସ୍ଥିତ BPJP ଆପର୍ଟମେଣ୍ଟ (ବଦ୍ରି ପ୍ରସାଦ) E-BLOCK ଠାରେ ନିଷ୍ଠା ପରିବାର ର ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଙ୍କ ର ବଡ଼ ଭଉଣୀ ମଞ୍ଜୁ ସୂହୁଲା ଙ୍କ ୩୮ତମ ଜନ୍ମ ଦିନ ଅବସର ରେ ନିଷ୍ଠା ପରିବାର ଓ ସୁହୁଲା ପରିବାର ର ମିଳିତ ଆନୁକୁଲ୍ୟ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମଞ୍ଜୁ ସୁହୁଲା ଙ୍କ ମାଁ ମଞ୍ଜରୀ ସୁହୁଲା ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପୁରା ସୂହୁଲା ପରିବାର ଅତ୍ୟନ୍ତ ଉତ୍ସାହ ର ସହ ଜନ୍ମ ଦିନ ପାଳନ କରିବା ସହ ରକ୍ତ ଦାନ ଶିବିର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଏହି ଶିବିର କୁ ଅଜୟ ସୂହୁଲା , ତ୍ରିପୁରା ସୁହୁଲା, ମୋନିକା ମିଶ୍ର ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସୁହୁଲା ପରିବାର କୁ ଆମ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ, ପୁଷ୍ପ ଗୁଚ୍ଛ ଦେ଼ଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା, ଶୁଭେଛୁ,ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ମଞ୍ଜୁ ସୁହୁଲା ଙ୍କୁ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
