ଟିକାବାଲି ପ୍ରଥମ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ……******************
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାମରାଜ କହଁର ଙ୍କ ଅଧ୍ୟକ୍ଷତାରେ ୨୫-୨୬ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ,ନିଜର ବ୍ୟକ୍ତବ ରଖି କହିଥିଲେ କନ୍ଧମାଳ ଜିଲ୍ଲାରେ ଶିକ୍ଷା ବେବସ୍ଥା ପଛୁଆ ହୋଇ ରହିଛି ତେଣୁ ଛାତ୍ରଛାତ୍ରୀ ଙ୍କୁ ଭୋଲରେ ମନଦେଇ ପାଠ ପଢ଼ିଲେ ଦେଶରେ , ରାଜ୍ୟରେ, ନିଜ ଜିଲ୍ଲା, ନିଜ ବ୍ଲକ୍ ରେ ,ନିଜ ଗ୍ରାମରେ ବିକାଶ ହୋଇପାରିବ ଏବଂ ବର୍ତମାନ ଆମ୍ଭମାନଙ୍କର ଭବିଷ୍ୟତ ହେଉଛନ୍ତି ଛାତ୍ରଛାତ୍ରୀ ମାନେ ବୋଲି ମତବ୍ୟକ୍ତ ରଖିଥିଲେ । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଲ, ସମ୍ମାନିତ ଅତିଥି ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲିପ୍ କୁମାର କହଁର , ସରପଞ୍ଚ କୁନ୍ଦୁରୁ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସାଇରାମ୍ ବେହେରା , ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦାମୋଦର ସାହୁ, ପୁରାତନ ଛାତ୍ର ପ୍ରଦିପ୍ କୁମାର ପଣ୍ଡା, ଶୁଭେନ୍ଦୁ କୁମାର ଦାସ୍ , ପୂର୍ବତନ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କହଁର, ପୂର୍ବତନ ସ୍କୁଲ ସଭାପତି ପ୍ରମୋଦ ବିଷୋୟୀ, ଉପସ୍ଥିତ ରହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରୀଡା ଉତ୍ସବରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମେଡେଲ୍ ସହିତ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବହୁତ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ସଂଜୟ ସାହୁ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରେ ନୃତ୍ୟ ପରିବେଷଣ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ମେଟ୍ରନ୍ , ଅଭିଭାବକ ମାନେ ସହଯୋଗ କରିଥିଲେ।
