ଅଣ୍ଡର-19 ବିଶ୍ୱକପ୍‌: ଇଂଲଣ୍ଡକୁ ୧୦୦ ରନ୍‌ରେ ହରାଇ ଭାରତ ଷଷ୍ଠ ଥର ବିଶ୍ୱ ଚ୍ୟାମ୍ପିଅନ୍‌

ଅଣ୍ଡର-19 ବିଶ୍ୱକପ୍‌: ଇଂଲଣ୍ଡକୁ ୧୦୦ ରନ୍‌ରେ ହରାଇ ଭାରତ ଷଷ୍ଠ ଥର ବିଶ୍ୱ ଚ୍ୟାମ୍ପିଅନ୍‌

ହରାରେ: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ୍‌ର ଫାଇନାଲରେ ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଭାରତ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା ହୋଇଛି। ୪୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୦.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୧୧ ରନ୍‌ରେ ସୀମିତ ରହିଗଲା।ଭାରତର ଏହି ଐତିହାସିକ ବିଜୟରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ନାୟକ ଭାବେ ଉଭ୍ୟସିଲେ। ସେ ଦମଦାର ଇନିଂସ୍‌ ଖେଳି ୮୦ଟି ବଲ୍‌ରେ ୧୭୫ ରନ୍‌ ସଂଗ୍ରହ କରିଥିଲେ, ଯାହାରେ ୧୫ଟି ଚୌକା ଓ ୧୫ଟି ଛକା ସାମିଲ ଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ବିଶାଳ ୪୧୧ ରନ୍‌ ସଂଗ୍ରହ କରିଥିଲା ଓ ପରେ ଶକ୍ତିଶାଳୀ ବୋଲିଂ ଦ୍ୱାରା ଇଂଲଣ୍ଡକୁ ରୋକି ଟ୍ରଫି ଜିତିଥିଲା।