ନୂଆଦିଲ୍ଲୀରେ ‘ଭାରତ ଟ୍ୟାକ୍ସି’ ସେବା ଶୁଭାରମ୍ଭ, କମିସନ୍‌ ବିନା କ୍ୟାବ୍‌ ମଡେଲ୍‌ରେ ଚାଳକଙ୍କୁ ଲାଭ

ନୂଆଦିଲ୍ଲୀରେ ‘ଭାରତ ଟ୍ୟାକ୍ସି’ ସେବା ଶୁଭାରମ୍ଭ, କମିସନ୍‌ ବିନା କ୍ୟାବ୍‌ ମଡେଲ୍‌ରେ ଚାଳକଙ୍କୁ ଲାଭ

ନୂଆଦିଲ୍ଲୀରେ ‘ଭାରତ ଟ୍ୟାକ୍ସି’ ସେବା ଶୁଭାରମ୍ଭ, କମିସନ୍‌ ବିନା କ୍ୟାବ୍‌ ମଡେଲ୍‌ରେ ଚାଳକଙ୍କୁ ଲାଭ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସରକାରୀ କ୍ୟାବ୍‌ ସେବା ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କରିଛନ୍ତି। କୋଅପରେଟିଭ୍‌ ମଡେଲ୍‌ ଆଧାରରେ ପରିଚାଳିତ ଏହି ସେବାର ଆପ୍‌ ମଧ୍ୟ ଆଜି ଉନ୍ମୋଚିତ ହୋଇଛି। ପର୍ଯ୍ୟାୟକ୍ରମେ ଏହାକୁ ଦେଶର ବିଭିନ୍ନ ରାଜ୍ୟ ଓ ସହରକୁ ସମ୍ପ୍ରସାରଣ କରାଯିବ। ଓଲା, ଉବର ଓ ରାପିଡୋ ପରି ଘରୋଇ ଅନଲାଇନ୍‌ କ୍ୟାବ୍‌ ସେବାଠାରୁ ଏହା ଭିନ୍ନ ଥିବା ବେଳେ ଗାଡ଼ି ଚାଳକଙ୍କୁ କେନ୍ଦ୍ର କରି ଏହି ପରିକଳ୍ପନା କରାଯାଇଛି। ଏହା ମାଧ୍ୟମରେ ଚାଳକମାନେ ଘରୋଇ ପ୍ଲାଟଫର୍ମର ଶୋଷଣରୁ ମୁକ୍ତ ହେବେ ବୋଲି କୁହାଯାଉଛି।

କେନ୍ଦ୍ର ସରକାର ସମର୍ଥନ କରୁଥିଲେ ମଧ୍ୟ ‘ଭାରତ ଟ୍ୟାକ୍ସି’ କୌଣସି ସରକାରୀ ଅଭିଯାନ ନୁହେଁ। ଏହାକୁ ‘ଶଙ୍କର ଟ୍ୟାକ୍ସି କୋଅପରେଟିଭ୍‌ ଲିମିଟେଡ୍‌’ ପରିଚାଳନା କରୁଛି। ଅମୁଲ୍‌ ସହ ଜଡିତ ଥିବା ଅନେକ ବ୍ୟକ୍ତି ଏହି ପ୍ରୟାସ ସହ ଯୋଡିତ ହୋଇଛନ୍ତି। ଏଠାରେ ଡ୍ରାଇଭରମାନଙ୍କୁ ‘ସାରଥୀ’ ବୋଲି କୁହାଯାଇଥାଏ ଓ ପ୍ରତ୍ୟେକ ଚାଳକଙ୍କ ପାଖରେ ପାଞ୍ଚଟି ସେୟାର ରହିଛି। ଯାତ୍ରୀ ଭଡାରୁ କୌଣସି କମିସନ୍‌ କଟାଯିବ ନାହିଁ, ଯେତେବେଳେ ଆପ୍‌ ବ୍ୟବହାର ପାଇଁ ଚାଳକମାନେ ଦିନକୁ ୩୦ ଟଙ୍କା ଫି ଦେବେ।

ଏହା ମାଧ୍ୟମରେ ଉଚ୍ଚ କମିସନ୍‌ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।ଆକଳନ ଅନୁସାରେ ‘ଭାରତ ଟ୍ୟାକ୍ସି’ର ଭଡା ଘରୋଇ କମ୍ପାନୀମାନଙ୍କ ତୁଳନାରେ ପ୍ରାୟ ୩୦ ପ୍ରତିଶତ କମ୍‌ ରହିବ। ବର୍ତ୍ତମାନ ଅନେକ ଘରୋଇ କ୍ୟାବ୍‌ ପ୍ଲାଟଫର୍ମ ପ୍ରତି ଯାତ୍ରାରେ ୩୦-୫୦ ଟଙ୍କା ପର୍ଯ୍ୟନ୍ତ କମିସନ୍‌ କାଟୁଛନ୍ତି। କିନ୍ତୁ ଏଠାରେ କୌଣସି କମିସନ୍‌ ନଥିବାରୁ ଚାଳକଙ୍କ ଆୟ ବୃଦ୍ଧି ପାଇବ। ବର୍ତ୍ତମାନ ପ୍ଲାଟଫର୍ମରେ ୪ ଲକ୍ଷରୁ ଅଧିକ ଡ୍ରାଇଭର ଯୋଡିତ ହୋଇଛନ୍ତି।ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସେବାରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

ଏକ ଉତ୍ସର୍ଗୀକୃତ ହେଲ୍ପଲାଇନ୍‌ ସୁବିଧା ସହ ଦିଲ୍ଲୀ ପୁଲିସ ସହଯୋଗରେ ୩୫ଟି ବିଶେଷ ବୁଥ୍‌ ସ୍ଥାପିତ ହୋଇଛି। ପ୍ରତ୍ୟେକ ଡ୍ରାଇଭରଙ୍କୁ ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ଯିବାକୁ ପଡୁଛି।ଗତ ବର୍ଷ ଡିସେମ୍ବରରେ ଏହି ସେବାକୁ ଦିଲ୍ଲୀ ଓ ଗୁଜରାଟରେ ଅଣଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଆପ୍‌ ମାଧ୍ୟମରେ ପ୍ରତିଦିନ ହାରାହାରି ୫୫୦୦ ରାଇଡ୍‌ ହେଉଛି, ଯାହାରୁ ୪୪୦୦ ଟି ବିମାନବନ୍ଦର ଯାତ୍ରା।

‘ଭାରତ ଟ୍ୟାକ୍ସି’ରେ ଏସି, ନନ୍‌-ଏସି କ୍ୟାବ୍‌, ଏକ୍ସଏଲ୍‌ କ୍ୟାବ୍‌, ଅଟୋ ଓ ବାଇକ୍‌ ଟ୍ୟାକ୍ସି ସୁବିଧା ଉପଲବ୍ଧ ରହିଛି।