ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ହଡପ ଖବର ପ୍ରକାଶ ହେବାର ଦୁଇ ମାସ ପରେ ପୁଲିସ ସରପଞ୍ଚ ଓ ସ୍ବାମୀ ଗିରଫ, ଜାମିନି ନାମଞ୍ଜୁର ହେବା ପରେ ସ୍ବାମୀ ଓ ସ୍ତ୍ରୀ ଜେଲକୁ ଗଲେ ।

ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ହଡପ ଖବର ପ୍ରକାଶ ହେବାର ଦୁଇ ମାସ ପରେ ପୁଲିସ ସରପଞ୍ଚ ଓ ସ୍ବାମୀ ଗିରଫ, ଜାମିନି ନାମଞ୍ଜୁର ହେବା ପରେ ସ୍ବାମୀ ଓ ସ୍ତ୍ରୀ ଜେଲକୁ ଗଲେ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବସ୍ତିଗୁଡା ପଞ୍ଚାୟତ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଅଭିଯୋଗରେ ଆର, ଉଦୟଗିରି ବ୍ଳକ ବସ୍ତିଗୁଡା ପଞ୍ଚାୟତ ସରପଞ୍ଚ ଓ ସ୍ବାମୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସରପଞ୍ଚ ରିତନୀ ମଣ୍ଡଳ ଓ ସ୍ବାମୀ ଉଭୟ ମଣ୍ଡଳଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତରୁ ପଠାଇ ଦିଆଯାଇଛି । ଏଥିସହ ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ଏନେଇ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଆର,ଉଦୟଗିରି ଥାନା ସବ୍ ଇନପେକ୍ଟର ସୁନିଲ ସେଠୀ କହିଛନ୍ତି । ସୁରେଇଖମା ଗ୍ରାମର ଆୟୁବ ରଇତଙ୍କ ସ୍ତ୍ରୀ ଜୟନ୍ତୀ ରଇତ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ ନାମରେ ପ୍ରଧାନମନ୍ତୀ ଆବାସ ଗୃହ ନିର୍ମାଣ ପାଇଁ ଅନୁଦାନ ଅର୍ଥ ଆସିଥିଲା ଦୁଇଟି କିସ୍ତିରେ ୧ ଲକ୍ଷ ୫ହଜାର ଟଙ୍କା ଭୂଲରେ ତୁମ ଆକାଉଣ୍ଟକୁ ଆସିଥିବା ସରପଞ୍ଚ ରିତନୀ ଓ ତାଙ୍କ ସ୍ବାମୀ ଉଭୟ କହିବା ସହ ଟଙ୍କା ଫେରସ୍ତ କରିବାକୁ ଜୋର କରିଥିଲେ । ଜୟନ୍ତୀ ପରବାର ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ସରପଞ୍ଚ ରିତାନୀ ମଣ୍ଡଳ ଜୟନ୍ତୀଙ୍କୁ ଫୋନ କରି କହିଥିଲେ ଯେ ଆମ ଟଙ୍କା ତମ ବ୍ୟାଙ୍କ୍ ଆକାଉଣ୍ଟକୁ ଚାଲିଯାଇଛି । ତମେ ଶୀଘ୍ର ଆସିକି ଉଠେଇକି ଦିଅ । ସ୍ବାମୀ ଓ ସ୍ତ୍ରୀ ଆସି ୨୦୨୩ ଅକ୍ଟୋବର ୩ରେ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠେଇଥିଲେ । ସେତେବେଳେ ସରପଞ୍ଚ ଓ ତାଙ୍କ ସ୍ବାମୀ ବ୍ୟାଙ୍କ୍ ଆଗରେ ତାଙ୍କ ଠାରୁ ୪୦ ହଜାର ଟଙ୍କା ନେଇଯାଇଥିଲେ ବୋଲି ଜୟନ୍ତୀ ଅଭିଯୋଗ କରିଛନ୍ତି । ଏହାପରେ ପୁଣି ୬୫ ହଜାର ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିଥିଲା । ତାହା ମଧ୍ୟ ଉଠାଇକି ଦେବା ପାଇଁ ସରପଞ୍ଚ ବାଧ୍ୟ କରିଥିଲେ । ୨୦୨୪ ସେପ୍ଟେମ୍ବର ୨୦ରେ ୬୫ ହଜାର ଟଙ୍କା ଉଠେଇ ସରପଞ୍ଚ ନେଇଯାଇଛନ୍ତି । ଏଭଳି ଦୁଇ ଥରରେ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ସରପଞ୍ଚ ନଇଥିବା ଜୟନ୍ତୀ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଜୟନ୍ତୀ ଜାଣିବାକୁ ପାଇଥିଲେ ଯେ ୨୦୨୧ – ୨୨ ଆଥିକ ବର୍ଷରେ ତାଙ୍କ ନାମରେ ପ୍ରଧାନମନ୍ତୀ ଆବାସ ଗୃହ ନିର୍ମାଣ ପାଇଁ ୨୦୨୩ ଜୁନ ୧୯ରେ ପ୍ରଧାନମନ୍ତୀ ଆବାସ ପାଇଁ କାର୍ଯ୍ୟଦେଶ ମିଳିଥିଲା । ପ୍ରଥମ କିସ୍ତିରେ ୪୦ ହଜାର ଓ ଦ୍ବିତୀୟ କିସ୍ତିରେ ୬୫ ହଜାର ଟଙ୍କା ଆସିଥିଲା । କିନ୍ତୁ ସରପଞ୍ଚ ତାଙ୍କୁ ଏବିଷୟ ନକହି ଟଙ୍କା ନେଇଯାଇଥିବା ଜୟନ୍ତୀ ଥାନା ଅଭିଯୋଗ କରିଥିଲେ । ଏଥସହ ତୁରନ୍ତ ଆବାସ ଯୋଜନା ପାଇଁ ଆସିଥିବା ଟଙ୍କା ତାଙ୍କୁ ଫେରସ୍ତ କରିବାକୁ ଦାବୀ କରିଛନ୍ତି । ଗତ ନଭେମ୍ବର ୨୮ ତାରିଖରେ ଜୟନ୍ତୀ ଆର,ଉଦୟଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସ୍ଥାନୀୟ ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ପୁଲିସ ସରପଞ୍ଚ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନଦେବା ପରେ ଜୟନ୍ତୀ ପୁଣି ଗତ ଡିସେମ୍ବର ୨୩ ତାରିଖରେ ଶବରପଲ୍ଲୀ ଯୁଗ୍ମ ଅଭିଯୋଗ ଶୁଣାଣୀରେ ମଧ୍ୟ ଅଭିଯୋଗ କରିଥିଲେ । ଆଜି ପୁଲିସ ଉଭୟ ସରପଞ୍ଚ ଓ ତାଙ୍କ ସ୍ବାମୀ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ସେଠୀ ବାବୁ କହିଛନ୍ତି । କାହିଁକି ଦଣ୍ଡପାଇବେନି ଜିଓ ଟେଗ କରିଥିବା ଓ ସ୍ପୋର୍ଟ ଭେରିଫିକେସନ କରିଥିବା ସରକାରୀ କର୍ମଚାରୀ l ମୋଟା ଅଙ୍କର ଦରମା ପାଇ କଣ କରୁଛନ୍ତି ଆର. ଉଦୟଗିରି ଗୋଷ୍ଟି ଉନ୍ନୟନ ଅଧିକାରୀ l ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସରକାରୀ କାର୍ଯ୍ୟ ପରିଚାଳନା ପାଇଁ ସହଯୋଗ କରିବାପାଇଁ ନିଯୁକ୍ତ ଥିବା ଅଧିକାରୀ କାର୍ଯ୍ୟଶୈଳି ମଧ୍ୟ ସନ୍ଦେହ ଘେରରେ ତେଣୁ ସେମାନେମଧ୍ୟ ଦଣ୍ଡ ପାଇବା ଯୋଗ୍ୟ ବଲି ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *