ଉପରଖୋଲ ଠାରେ ଡାଇମଣ୍ଡ ସ୍ପଟ କ୍ଳବ ଦ୍ୱାରା ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

ଉପରଖୋଲ ଠାରେ ଡାଇମଣ୍ଡ ସ୍ପଟ କ୍ଳବ ଦ୍ୱାରା ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

ଉପରଖୋଲ ଠାରେ ଡାଇମଣ୍ଡ ସ୍ପଟ କ୍ଳବ ଦ୍ୱାରା ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ଲଦାସାହି ଉପରଖୋଲ ଠାରେ ଡାଇମଣ୍ଡ ସ୍ପଟ କ୍ଳବ ଦ୍ୱାରା ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି lଏହି ଖେଳର ଚାରି ଗୋଟି ଖେଳ ଅଂଶ ଗ୍ରହଣ କରିଥିଲେ l ଶଙ୍କରାଖୋଲ ସହିତ ବସ୍ତିଙ୍ଗିଆ ଏବଂ ଡାଉନଗଡ଼ ସହିତ ଡ଼ି ଏସ ସି ଉପରଖୋଲ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି l ଉଭୟ ପ୍ରଥମ ମେଚ ରେ ବସ୍ତିଙ୍ଗିଆ ଟିମ କୁ ପରାଜୟ କରି ଶଙ୍କରାଖୋଲ ଟିମ ବିଜୟୀ ହାସଲ କରିଥିଲା l ଦ୍ୱତୀୟ ମେଚ ଡାଉନଗଡ଼ ସହିତ ଡ଼ି ଏସ ସି ଉପରଖୋଲ ମଧ୍ୟରେ କଡା ଟକର ଦେଇ ଡାଉନଗଡ଼ ୩-୧ ରେ ବିଜୟ ହାସଲ କରିଥିଲା l ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଉଭୟ ଶଙ୍କରା ଖୋଲ ସହିତ ଘମାଘଟ ଲଢେ଼ଇମଧ୍ୟରେ ଡାଉନଗଡ଼ ବିଜେତା ଡାଉନଗଡ଼ ୧-୦ଆଗୁଆ ହୋଇଥିଲା l

ଆଜିର ଏକ ଦିବାସୀୟ ଖେଳ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀ କର୍ଣ୍ଣେଲ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ବିଧାୟକ ପ୍ରତିନିଧି ସାରଙ୍ଗଧର କହଁର,ମାନ୍ୟ ଗଣ୍ୟ ବ୍ୟକ୍ତି ଟିକାବାଲି ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ଜିତୁ ସାହୁ, ପ୍ରଫୁଲ୍ଲ ଦିଗାଲ, ବ୍ରହ୍ମଶଙ୍କର କହଁର, ବିଳାବାଡା ଗ୍ରାମ୍ୟ ମୁଖ୍ୟ ଗୌରାଙ୍ଗ କହଁର, ଅଭୟ ଦେହୁରୀ,ଯୁବରାଜ ଦେହୁରୀ ଉପସ୍ଥିତ ରହି ଉଭୟ ଖେଳାଳି ଙ୍କୁ ଉତ୍ସାହ କରିବା ସହିତ ଖେଳ କୁ ଉପଭୋଗ କରିଥିଲେ l

ଏହି ଖେଳ କୁ ସୁନ୍ଦର ଭାବରେ ଶ୍ରୀ ଅଶୋକ କୁମାର ଦେହୁରୀ ପରିଚାଳନା କରିଥିଲେ, ପାର୍ଶ୍ୱ ପରିଚାଳକ ଭାବରେ ଅସିତ କୁମାର ଦିଗାଲ, ଭଲବଦ୍ର ଦେହୁରୀ ସହଯୋଗ କରିଥିଲେ l ଏହି ଫୁଟବଲ ଟୁର୍ନାମେଣ୍ଟ ଖେଳ କୁ ଉପରଖୋଲ ଡ଼ି ଏସ ସି କ୍ଳବ ର ସମସ୍ତ ସଭ୍ୟ ଗୁଲୁସନ ଦେହୁରୀ,ଗୋଲକ ଦେହୁରୀ,ଜ୍ୟୋତିସ ଦେହୁରୀ, ଶୁଭଙ୍କର ଦେହୁରୀ,ଆଶିଷ କୁମାର ଦେହୁରୀ, ବିଷ୍ଣୁ ଦେହୁରୀ, ଚନ୍ଦ୍ରଶେଖର ଦେହୁରୀ,ବିଭୁତି ଦେହୁରୀ, ପ୍ରମୁଖ ସୁଚାରୁ ରୂପେ ସମ୍ପାଦନ କରିଥିଲେ l