ଭାରତ ୪୬ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ୪-୧ରେ ଟି୨୦ ଶୃଙ୍ଖଳା ଜିତିଲା

ଭାରତ ୪୬ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ୪-୧ରେ ଟି୨୦ ଶୃଙ୍ଖଳା ଜିତିଲା

ତିରୁଅନନ୍ତପୁରମ:

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି୨୦ ଶୃଙ୍ଖଳାର ପଞ୍ଚମ ଓ ଶେଷ ମ୍ୟାଚ୍‌ରେ ଭାରତ ୪୬ ରନ୍‌ରେ ଜିତ ହାସଲ କରିଛି। ଏହା ସହ ଭାରତ ସମଗ୍ର ଶୃଙ୍ଖଳାକୁ ୪-୧ରେ ଜିତିନେଇଛି।ତିରୁଅନନ୍ତପୁରମର ଗ୍ରିନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଈଶାନ କିଶନଙ୍କ ଚମତ୍କାର ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୭୧ ରନ୍‌ କରିଥିଲା।ଜିତିବା ପାଇଁ ୨୭୨ ରନ୍‌ର ଲକ୍ଷ୍ୟ ପାଇଥିବା ନ୍ୟୁଜିଲାଣ୍ଡ ଦଳ ୧୯.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୨୫ ରନ୍‌ରେ ସୀମିତ ରହିଗଲା।

ଭାରତ ପକ୍ଷରୁ ଯୁବ ବୋଲର ଅର୍ଶଦୀପ ସିଂହ ଅତ୍ୟନ୍ତ ଭଲ ବୋଲିଂ କରି ୫ଟି ୱିକେଟ୍‌ ନେଇ ଦଳର ଜିତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।ଏହି ଜିତ ସହିତ ଭାରତ ଦଳ ଟି୨୦ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ଉପରେ ସ୍ପଷ୍ଟ ପ୍ରଭୁତ୍ୱ ସ୍ଥାପନ କରିଛି।