ରାଜ୍ୟପାଳଙ୍କ ଦ୍ୱାରା ରାମଗିରି ଥାନାଧିକାରୀଙ୍କୁ ଦକ୍ଷ ପୁଲିସ ଅଧିକାରୀ ସମ୍ମାନ ପ୍ରଦାନ ।
ଗଜପତି, 29/1.2026ଗଜପତି ଜିଲ୍ଲା ରାମଗିରି ଥାନାଧିକାରୀ ଗଜପତି ଦୋରାଙ୍କୁ ଦକ୍ଷ ଥାନାଧିକାରୀ ଭାବେ ପୁରସ୍କୃତ କରାଯାଇଛି. ଭୁବନେଶ୍ୱର ଠାରେ ଆୟୋଜିତ ଗଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ସମାରୋହରେ ରାମଗିରି ଥାନା ଅଧିକାରୀ ଗଜପତି ଦୋରାଙ୍କୁ ରାଜ୍ୟପାଳ ଡ଼. ହରିବାବୁ ସମ୍ମାନୀତ କରିଛନ୍ତି। ଗଜପତି ଜିଲ୍ଲାର ଏକମାତ୍ର ପୁଲିସ ଅଧିକାରୀ ଭାବେ ରାମଗିରି ଥାନା ଅଧିକାରୀ ଗଜପତି ଦୋରା ଏହି ସମ୍ମାନ ପାଇବାର ଗୌରବ ହାସଲ କରିଛନ୍ତି। ଏଥି ପାଇଁ ରାମଗିରି ଥାନାର ସମସ୍ତ କର୍ମଚାରୀଙ୍କ ସମେତ ଗଜପତି ଜିଲ୍ଲାର ସମସ୍ତ ପୋଲିସ ପଦାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଗଜପତି ଜିଲ୍ଲା ରିପୋର୍ଟ ମନୋଜ କୁମାର ପାଢୀ।
