ନାବାଳିକା ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତକୁ ୫ବର୍ଷ କାରାଦଣ୍ଡ ସହ ୫ହଜାର ଜରିମାନା । ଗଜପତି,୨୯.୧.୨୦୨୬ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତକୁ ଗଜପତି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ବିଭୁ ପ୍ରସାଦ ପଣ୍ଡା ୫ବର୍ଷ କାରାଦଣ୍ଡ ଓ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ବି.ଚନ୍ଦ୍ରଶେଖର ।ପାରଳାଖେମୁଣ୍ଡି ସ୍ୱତନ୍ତ୍ର ସରକାରୀ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସୂଚନା ମୁତାବକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ତା.୧୫-୯-୨୦୨୫ରିଖରେ ଗଣେଷ ପୂଜା ଭଷାଣି ଉତ୍ସବ ସମୟରେ ୬ବର୍ଷିଆ ନାବାଳିକା ତାଙ୍କ ଘର ସମ୍ମୁଖରେ ବାପାଙ୍କ ସହ ଠିଆ ହୋଇଥିଲା । ତାଙ୍କ ବାପା ପାଣି ପିଇବା ନିମନ୍ତେ ଘର ଭିତରକୁ ଯାଇଥିଲେ । ତାପରେ ସେ ଆସି ଦେଖିଲା ବେଳେକୁ ତାଙ୍କ ଝିଅ ଘର ସମ୍ମୁଖରେ ନଥିଲା । ସେ ଖୋଜାଖୋଜି କରିବା ସମୟରେ ତାଙ୍କ ନିକଟରେ ଖବର ପହଞ୍ଚିଥିଲା ଝିଅକୁ ଜଣେ ବ୍ୟକ୍ତି ଟାଟା ଏସି ଗାଡିରେ ଧରିକ ିବସିଛିି । ସେ ଗାଡି ପାଖକୁ ଯାଇ ଦେଖିଲା ବେଳକୁ ତାଙ୍କ ଝିଅ ସହ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଜାଣିପାରିଥିଲେ । ସେ ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ସେପ୍ଟେମ୍ବର ୧୬ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନାରେ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ତଦନ୍ତ ଏସ.ଆଇ. ତପନ କୁମାର ପାଢୀ କରୁଥିଲେ । ଅଦାଲତ ୧୭ଟି ଦସ୍ତାବିଜ ସମେତ ୨୦ଟି ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି । ଏହା ସହ ପୀଡିତାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ୫୦ହଜାର ଟଙ୍କା ପ୍ରଦାନ କରିବାକ ନିର୍ଦ୍ଧେଶ ଦେଇଛନ୍ତି । ଏହି ମାମଲାର ପରିଚାଳନା ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ.ପୃଥ୍ୱିରାଜ ପରିଚାଳନା କରୁଥିଲେ ।ଗଜପତି ଜିଲ୍ଲା ରିପୋର୍ଟ ମନୋଜ କୁମାର ପାଢୀ।
ନାବାଳିକା ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତକୁ ୫ବର୍ଷ କାରାଦଣ୍ଡ ସହ ୫ହଜାର ଜରିମାନା ।
