ସ୍ବର୍ଗତ ବୀମଳା ଦେବୀ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ୨୧୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୨୭-୦୧-୨୦୨୬ରିଖ (ମଙ୍ଗଳ ବାର)ବରଗଡ଼ ଶକ୍ତି ନଗର ସ୍ଥିତ ଆକାଶ ଏଣ୍ଟରପ୍ରାଇଜର୍ସ ଠାରେ ସ୍ବର୍ଗତ ବିମଳା ଦେବୀ ଅଗ୍ରୱାଲ ଙ୍କ ସ୍ମୃତି ରେ ଆକାଶ ଏଣ୍ଟରପ୍ରାଇଜର୍ସ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ମୂଖ୍ୟ ଅତିଥି ଭାବରେ ବରଗଡ଼ ର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ,ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବରେଣ୍ୟ ଅତିଥି ଭାବରେ ଛତିଶ ଗଡ଼ ବିଜେପି ଉପ ସଭାପତି ଜଗନ୍ନାଥ ପାଣିଗ୍ରାହୀ,ଡାକ୍ତର ପ୍ୟାରିଲାଲ ତ୍ରୀପାଠୀ, ମୂରଲୀ କ୍ରିଷ୍ଣା ଫାଉଣ୍ଡେସନ ର ପ୍ରତିଷ୍ଠାତା ଡି ମୂରଲୀ କ୍ରିଷ୍ଣା, ବରଗଡ଼ ପୌରଧକ୍ଷ କଳ୍ପନା ମାଝୀ, ସାଇ ତ୍ରୀପାଠୀ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୨୦୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ସନ୍ଧ୍ୟା ରେ ବରଗଡ଼ ରକ୍ତ ଭଣ୍ଡାର କୁ ଯାଇ ଆଉ ୧୪ୟୁନିଟ (ଚଉଦ ଜଣ)ରକ୍ତ ଦାତା ରକ୍ତ ଦାନ କରିଥିଲେ।ସର୍ବମୋଟ ୨୧୬ୟୁନିଟ ରକ୍ତ ସ୍ବର୍ଗତ ବୀମଳା ଦେବୀ ଙ୍କ ସ୍ମୃତି ରେ ସଂଗ୍ରହିତ ହୋଇଥିଲା।ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ଆକାଶ ଏଣ୍ଟରପ୍ରାଇଜର୍ସ କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରତାପ ଶେଖର ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ପ୍ରଶାନ୍ତ ଅଗ୍ରୱାଲ, ପ୍ରବୀଣ ଅଗ୍ରୱାଲ, ଶୁଭମ ଅଗ୍ରୱାଲ , ଓଶ୍ରୁ, ହୁଣ୍ଡାଇ ବରଗଡ଼, ଜେ ସି ଆଇ ବରଗଡ଼ ଙ୍କ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଓ ତତ୍ତ୍ଵାବଧାନ ରେ ରକ୍ତ ଦାନ ଶିବିର ପରିଚାଳିତ ହୋଇଥିଲା। ଆକାଶ ଏଣ୍ଟରପ୍ରାଇଜର୍ସ ର ରାମ ନିବାସ ଅଗ୍ରୱାଲ , ଆକାଶ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ସଂଗ୍ରାମ ଅଗ୍ରୱାଲ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ଶିବିର ର ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
