ଆୟୁର୍ବେଦିକ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି, ପିଅନ ଭରସା ।

ଆୟୁର୍ବେଦିକ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି, ପିଅନ ଭରସା ।

ଆୟୁର୍ବେଦିକ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି, ପିଅନ ଭରସା ।ଗଜପତି,(୨୭.୧(ମନୋଜ ପାଢ଼ୀ) ଗଜପତି ଜିଲ୍ଲାରେ ୬ଟି ଆୟୁର୍ବେଦ ଚିକିତ୍ସାଳୟ ରହିଛି। କିନ୍ତୁ, ଅଛନ୍ତି ମାତ୍ର ଦୁଇ ଜଣା ଏଣୁ, ପିଅନମାନଙ୍କ ଦ୍ବାରା କାମ ଚଳାଯାଉଛି ବୋଲି ଏକ ଅଭିଯୋଗ ଉଠିଛି! ଗଜପତି ଜିଲ୍ଲାର ଅଡ଼ବା, ଚାନ୍ଦିପୁଟ, ଡେକାଶିନ୍ଧବା, ମଙ୍ଗରାଜପୁର, ଗଣ୍ଡାହାତୀ ଓ ଖାରଡ଼ାରେ ଆୟୁର୍ବେଦ ମେଡିକାଲ୍ ଅଛି। ହେଲେ, ଡାକ୍ତରଙ୍କ ଅଭାବ ହେତୁ ଅତବା ଓ ଚାନ୍ଦିପୁଟରେ ଜଣେ ଡାକ୍ତର ତିନିଦିନ ଲେଖାଁଏ ପାଳି କରି ଚିକିତ୍ସା କରୁଥିବା ବେଳେ ତେକାଶିନ୍ଧବା, ମଙ୍ଗରାଜପୁର, ଗଣ୍ଡାହାତୀ ଓ ଖାରଡ଼ାରେ ଅନ୍ୟ ଜଣେ ଡାକ୍ତର ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଖାଲି ସେତିକି ନୁହେଁ, ଯେଉଁ ଦିନ ଡାକ୍ତର ଅନୁପସ୍ଥିତ ରହନ୍ତି, ସେହିଦିନ ପିଅନ ଭରସାରେ ମେଡିକାଲ ଚାଲେ। ପିଅନ ହିଁ ଲୋକଙ୍କୁ ଔଷଧ ଦିଅନ୍ତି। ସେହିଭଳି, ୬ ଜଣ ଫାର୍ମାସିଷ୍ଟଙ୍କ ରହିବା ଜାଗାରେ ମାତ୍ର ଚାରି ଜଣ ଅଛନ୍ତି । କିଛି ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ସାମାନ୍ୟ ଘର ଖଣ୍ଡେ ନିର୍ମାଣ ହୋଇ ପାରିନାହିଁ। ଏହାକୁ ନେଇ ଡାକ୍ତର ଓ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ, ସରକାର ଏଥିପ୍ରତି ଦୃଷ୍ଟି ଦେବା ସକାଶେ ଦାବି ହୋଇଛି।