ଅରବିନ୍ଦ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ନାଇରା ରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ଅରବିନ୍ଦ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ନାଇରା ରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ଅରବିନ୍ଦ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ନାଇରା ରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ :ରାୟଗଡ(info media) ରାୟଗଡ ଜିଲ୍ଳା ପଦ୍ମପୁର ବ୍ଲକ ରେ ନାଇରା ଠାରେ ଅବସ୍ଥିତ ଅରବିନ୍ଦ ବିଦ୍ୟପୀଠ ଉଚ୍ଚ ବିଦ୍ୟାଳୟ ରେ ସ୍ ୭୭ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ଛାତ୍ର ମାନେ ସଖାଳୁ ସଖାଳୁ ପ୍ରଭାତ ଫେରି କରି ଗାଁ ଭ୍ରମଣ କରିଥିଲେ l ପରେ ପରେ ଠିକ 8 ଘଂଟିକା ସମୟରେ ସ୍କୁଲର ର ପ୍ରଧାନ ଶିକ୍ଷକ ସିମାଞ୍ଚଳ ବିଡ଼ିକା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତଳୋନ କରି ଉପସ୍ଥିତ ଜନତା ଓ ସ୍କୁଲର ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇ ସମବେତ ପ୍ୟାରେଡରେ ଅଭିବIଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାଇରା ପଂଚାୟତ ର ନିର୍ବାଚିତ ଜନ ପ୍ରତିନିଧି ଙ୍କ ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ନିଜର ଭାଷଣରେ କହିଲେ ଯେ ୧୯୫୦ ମସିହାର ଏହି ଐତିହାସିକ ଦିବସରେ ଆମେ ସାର୍ବଭୌମତ୍ୱ ଲାଭ କରିଥିଲୁ । ଏହାକୁ ହାସଲ କରିବାରେ ଆମର ବୀର ସହିଦ୍‌ମାନଙ୍କ ଆତ୍ମବଳିଦାନକୁ ସମ୍ମାନର ସହ ସ୍ମରଣ କରିବା ନିମନ୍ତେ ଏହି ଦିବସଟି ଆମମାନଙ୍କୁ ମଧ୍ୟ ଏକ ସୁଯୋଗ ପ୍ରଦାନ କରିଥାଏ ।

ଆମେ ଆମର ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ଚନ୍ଦ୍ର ବୋଷ, ମୌଲାନା ଅବୁଲ କଲାମ ଆଜାଦ୍, ଆମ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମ୍‌ ରାଓ ଆମ୍ବେଦକର, ବହୁ ରାଷ୍ଟ୍ରନୀତିଜ୍ଞ ଏବଂ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଆମର ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ସ୍ଵାଧୀନତା ପ୍ରାପ୍ତି ନିମନ୍ତେ ଆମ ରାଜ୍ୟର ମହାନ୍ ସଂଗ୍ରାମୀ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଚାଖି ଖୁଣ୍ଟିଆ, ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାଏକଙ୍କ ପରି ଯେଉଁ ଅଗଣିତ ଦେଶପ୍ରେମୀ ଏବଂ ମହାମନୀଷୀମାନେ ଅବିରତ ସଂଗ୍ରାମ ଓ ଅତୁଳନୀୟ ବଳିଦାନ ଦେଇଛନ୍ତି l ଏହି ଦିବସଟି ଭାରତର ସମ୍ବିଧାନ ଗୃହୀତ ହେବାର ସ୍ମୃତିକୁ ଉଜ୍ଜୀବିତ କରିଥାଏ ଏବଂ ଆମ ଦେଶକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ସ୍ୱୀକୃତି ଦେଇଥାଏ ।

ଆମର ସମ୍ବିଧାନ, ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ନିମନ୍ତେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସୁନିଶ୍ଚିତ କରିଛି । ଗଣତନ୍ତ୍ରର ସାରବତ୍ତା ଏବଂ ଧର୍ମନିରପେକ୍ଷତା ହେଉଛି ଆମ ସମ୍ବିଧାନ ଆତ୍ମା ସଦୃଶ । ପ୍ରତ୍ୟେକ ନାଗରିକର ମୌଳିକ ଅଧିକାରଗୁଡିକର ସୁରକ୍ଷା ଉପରେ ଆଧାରିତ ଆମର ଗଣତନ୍ତ୍ର ହେଉଛି ଭାରତୀୟ ସମ୍ବିଧାନର ମୂଳପିଣ୍ଡ । ସମ୍ବିଧାନର ମୁଖବନ୍ଧ, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟଗୁଡିକୁ ଧାରଣ କରିଛି । ସ୍ୱତନ୍ତ୍ରତା, ସମାନତା ଏବଂ ଭ୍ରାତୃତ୍ଵଭାବ ସହ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ବିଧାନର ଚିନ୍ତାଧାରା, ଆମ ସମ୍ବିଧାନର ମୂଳଭିଭି ଓ ନୀତି ଅଟେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟ ରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ସ୍କୁଲର ଶିକ୍ଷକ ଓ ଅନ୍ୟ କର୍ମଚାରୀ ଏସ. ଧବଳେଶ୍ୱର ରାଓ,ଯୋଶେଷ ଦଳବେହେରା, ତ୍ରିନାଥ ଶବର,କାଁହୁ ଚରଣ ତାଡିଙ୍ଗି, ଉଦ୍ଧବ ସାହା, ଉଦୟ କୁମାର ମହାନ୍ତି,ରମାକାନ୍ତ ପାତ୍ର,ବ୍ରଜାଭାଜ ଦେଓ, ଏମ. ଫକୀର ମୋହନ ପଟନାୟିକ,ମନୋଜ କୁମାର ଲିମା, ଏସ. ଭେଙ୍କାଟାରାମନା, ଗଜେନ୍ଦ୍ର ବିଡ଼ିକା, ସୁଷମା ପଣ୍ଡା ନୋରେଶ ଗମାଙ୍ଗ, ମହେସ୍ୱର ପଟନାୟିକକେ . ଆଦିନାରାୟଣ ସହଯୋଗ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ