ଜିଲ୍ଲାସ୍ତରୀୟ ମହାନ୍ ଭାରତର ୭୭ ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ।
ଗଜପତି,୨୬.୧(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଆଜି ମହାନ୍ ଭାରତର ୭୭ ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମାରୋହ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।ଏହି ଅବସରରେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସମବେତ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ ଯେ , ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଚରମ ବଳିଦାନ ଯୋଗୁଁ ଆଜି ଦେଶ ସେବାର ଗୌରବ ମୟ ଉଦାହରଣ ପ୍ରତିଫଳିତ ହୋଇପାରିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାରୀ କାର୍ଯ୍ୟକ୍ରମ ଏବଂ ଜନହିତକର ଯୋଜନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେ ସବୁର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଚେଷ୍ଟିତ ଅଛି ।ଦେଶମାତୃକା ପାଇଁ ଆମେ ନିଷ୍ଠାପର ଭାବେ ଉଦ୍ୟମ କରିବା ସହ ହାତକୁ ହାତ ମିଶାଇ ଅହିଂସା ମନ୍ତ୍ରରେ ଉଦବୁଦ୍ଧ ହୋଇ ରାଷ୍ଟ୍ରର ସାର୍ବଭୌମତ୍ୱ ଜାତୀୟ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହ ସଂକଳ୍ପ ବଜାୟ ରଖିବା ନିମନ୍ତେ ଜିଲ୍ଲାର ସମସ୍ତ ଜନତାଙ୍କୁ ଆହ୍ବାନ କରିଥିଲେ ।ଏହି ସମ୍ମିଳିତ ପ୍ୟାରେଡରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର ୨୪ ଟି ପ୍ୟାରେଡ଼ ଦଳ ଅଂଶଗ୍ରହଣ କରିଥିବା ବେଳେ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା , ରାଜ୍ୟ , ଓ ଜାତୀୟ ସ୍ତରରେ ଶ୍ରେଷ୍ଠ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ଭର୍ଦ୍ଧିତ କରା ଯାଇଥିବା ବେଳେ ପୂର୍ବର ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।ଏହି ସମାରୋହ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ପାରଳା ବନଖଣ୍ଡିୟ ଅଧିକାରୀ ଶ୍ରୀ କେ: ନାଗରାଜୁ ମଞ୍ଚରେ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଳଗୁନୀ ମାଝୀ ଏବଂ ମୁନୀନ୍ଦ୍ର ହୋନନାଗା , ଏସପି-୨ ସୁନିଲ ମହାନ୍ତି , ଏସଡିପିଓ: ଶ୍ରୀ ମାଧବା ନନ୍ଦ ନାୟକ , ଡ଼ିଆଇପିଆରଓ: ଶ୍ରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ଡିସିପିଓ: ଅରୁଣ କୁମାର ତ୍ରିପାଠୀଙ୍କ ସମେତ ବହୁ ସଂଖ୍ୟାରେ ପ୍ରଶାସନିକ ଓ ପୋଲିସ ଅଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି , ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

