ହତ୍ୟାକାଣ୍ଡ ଅଭିଯୁକ୍ତ ବିଧାୟକ ରମେଶ ଜେନା ନିର୍ଦୋଷରେ ଖଲାସ।

ହତ୍ୟାକାଣ୍ଡ ଅଭିଯୁକ୍ତ ବିଧାୟକ ରମେଶ ଜେନା ନିର୍ଦୋଷରେ ଖଲାସ।ଗଞ୍ଜାମ:ବଡ଼ବଜାର ଥାନା ଅର୍ନ୍ତଗତ ଫାଷ୍ଟ ଗେଟ୍ ନିକଟରେ ପାନ ଦୋକାନ କରିଥିବା ବୁବୁ ବେହେରା ନାମକ ଜଣେ ଯୁବକ କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ତାର ଜଣେ ସାଙ୍ଗ ଆହତ ହୋଇଥିବା ବେଳେ ବୁବୁ ପ୍ରାଣ ବିକଳରେ ଦୋକାନରୁ ଓଲ୍ହାଇ ଦୌଡ଼ି ପଳାଇଥିବା। କିନ୍ତୁ ଆକ୍ରମଣକାରୀ ଯୁବକ ମାନେ ତାକୁ ଗୋଡ଼ାଇ ଗୋଡ଼ାଇ ହାଣି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ବୁବୁ କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଓ ମୃତ ବୁବୁର ଜ୍ୱାଇଁ ଠାରୁ ଅଭିଯୋଗ ପାଇ ଅଭିଯୁକ୍ତ ୧୧ ଜଣ ବିରୋଧରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଓ କିଛି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହା ମଧ୍ୟରେ ଅଭିଯୁକ୍ତ ଗୋପାଳ ବେହେରା ପାରୋଲରେ ଆସି ଫେରାର ଥିବା ବେଳେ ବାଲାଜୀ ସେଠୀ ଜାମିନରେ ଆସି ଫେରାର ହୋଇଯାଇଛି। ବଳକା ଅଭିଯୁକ୍ତ ମାନଙ୍କ ବିଚାର କରି ବ୍ରହ୍ମପୁର ଅତିରିକ୍ତ ଜିଲ୍ଳା ଜଜ୍ ବିଶ୍ଵଜିତ ଗୌତମ ବିଧାୟକ ରମେଶ ଜେନା, ସନ୍ତୋଷ ପାଣିଗ୍ରାହୀ ଓ ଜଗନ୍ନାଥ ବେହେରା କୁ ନିର୍ଦୋଷରେ ଖଲାସ କରିଛନ୍ତି।ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଅନ୍ୟ ଅଭିଯୁକ୍ତ ସୁନୀଲ ଗୌଡ, ଅନୀଲ ରେଡ଼ି, ଦୀପକ୍ ସିଂ ଓ ରବି ମହାକୁଡ଼ କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ଅନ୍ୟ ଅଭିଯୁକ୍ତ ମାନଙ୍କର ବିଚାର ପରେ ହେବ ବୋଲି ସୁଚନା ମିଳିଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *