ଜିଲ୍ଲାସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ।

ଜିଲ୍ଲାସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ।

*ଜିଲ୍ଲାସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ।

ଗଜପତି,୨୫.୧.(ମନୋଜ ପାଢ଼ୀ) ଗଜପତି ଜିଲ୍ଲାସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ଆଜି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି | ଉକ୍ତ ଜାତୀୟ ମତଦାତା ଦିବସରେ ଅତିରିକ୍ତ ଜିଲ୍ଲାପାଳ-ତଥା-ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ପୌରପରିଷଦ ନିର୍ମଳା ସେଠୀ, ଡେପୁଟି କଲେକ୍ଟର ସୁଚିଶ୍ମିତା ମାଝୀ ,ପୌରପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ଓ ନିର୍ବାଚନ ବିଭାଗ ଅଧିକାରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆମ ଭାରତବର୍ଷର ଗଣତନ୍ତ୍ର ଓ ପରମ୍ପରା ଉଚ୍ଚକୋଟୀର ଓ ଭାରତ ବର୍ଷର ସବୁଠାରୁ ବୃହତ ଗଣତନ୍ତ୍ର ଉତ୍ସବ ସମ୍ବିଧାନ ଦିବସ ବା ଭୋଟ ପ୍ରଦାନ କରିବା ଦିବସ ବୋଲି ସମସ୍ତ ଅତିଥିଗଣ କହିଥିଲେ ।

ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତି ପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଏବଂ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିଜ ମତାଧିକାର ପ୍ରୟୋଗ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେହିପରି ଆମ ଦେଶର ଗଣତନ୍ତ୍ର ପରମ୍ପରାର ମର୍ଯ୍ୟାଦା ବଜାୟ ରଖିଵା ଏବଂ ସମସ୍ତ BLO ଓ Supervisor ମାନଙ୍କୁ ନିଷ୍ଠାର ସହିତ ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି ଜାତୀୟ ଭୋଟର ଦିବସ ଅବସରରେ ଭଲ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ଓ ଗୋସାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା |

ସେହିପରି ନୂଆ ଭୋଟର ପରିଚୟ ପତ୍ର ପାଇଥିବା ଯୁବକ ଯୁବତୀମାନଙ୍କୁ ମଧ୍ୟ ଭୋଟର କାର୍ଡ ପ୍ରଦାନ କରାଯାଇଥିଲା । ଜାତୀୟ ଭୋଟର ଦିବସରେ ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଗଣ, ଜନସାଧାରଣ ଏବଂ ଗଣଧ୍ୟାମ ପ୍ରତିନିଧି ଗଣଙ୍କୁ ମୁଖ୍ୟ ଅତିଥି (ମତ ଦାତାଙ୍କ ସଂକଳ୍ପକୁ) ଶପଥ ପାଠ କରାଇଥିଲେ | କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ।