ଶବରପଲ୍ଲୀରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ।

ଶବରପଲ୍ଲୀରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ।

ଶବରପଲ୍ଲୀରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ।

ଗଜପତି ୨୩,୧.(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ଶବରପଲ୍ଲୀ ଗ୍ରାମର ଶବର ସମାଜ କଲ୍ୟାଣ ସମିତି ମୁଖ୍ୟ କାର୍ଯ୍ୟାଳୟ ଠାରେ ଆର, ଉଦୟଗିରି ମଣ୍ଡଳର ହିନ୍ଦୁ ସମାଜ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବନାଶ ସୁନ୍ଦରାୟପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉମେଶ ଦଳାଇ, ସମ୍ମାନିତ ଅତିଥି ଭାବେ କୃଷ୍ଣ ରଇତ, ପ୍ରାନ୍ତ ମହାବିଦ୍ୟାଳୟ ପ୍ରମୁଖ ମନୋରଞ୍ଜନ ପ୍ରଧାନ, ଜୁରିଆ ହାନୀ, ସଂପଦ ନାୟକ, ସଂଯୋଜକ ଅର୍ଜୁନ ରଇତ ପ୍ରମୁଖ ଯୋଗ ଦେଇଥିଲେ । ଅସିତ, ବାପିଙ୍କ ସମେତ ଶବରପଲ୍ଲୀ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲା । ଏହି ଅବସରରେ କଳସ ଯାତ୍ରା, ନଗର ସଙ୍କୀର୍ତ୍ତନ, ହୋମଯଜ୍ଞ, ହନୁମାନ ଚାଳିଶା, ଜ୍ଞାନଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା ।