ପୁତୁଡ଼ି ପର୍ଯ୍ୟଟନ ସ୍ଥଳୀ ପୂତୁଡ଼ି ରେ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନତା

ପୁତୁଡ଼ି ପର୍ଯ୍ୟଟନ ସ୍ଥଳୀ ପୂତୁଡ଼ି ରେ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନତା

ପୁତୁଡ଼ି ପର୍ଯ୍ୟଟନ ସ୍ଥଳୀ ପୂତୁଡ଼ି ରେ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନତା….

କନ୍ଧମାଳ -୨୨/୦୧( ରିପୋର୍ଟ କୁନା ଦିଗାଲ)ଫୁଲବାଣୀ ବନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ି ରେ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନତା ସୃଷ୍ଟି କରଯାଇଥିଲା l ପ୍ଲାଷ୍ଟିକ ପରିବେଶ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଥାଏ ଫଳରେ ପର୍ଯ୍ୟଟନ ସ୍ଥଳୀ କୁ ସ୍ବଚ୍ଛ ରଖିବା ପାଇଁ ବନ ବିଭାଗ ରେଞ୍ଜର ଆଶାଲତା ଦିଗାଲ, ସିନିୟର୍ ଫରେଷ୍ଟର ସରୋଜ କୁମାର ମିଶ୍ର ଓ ବନ କର୍ମଚାରୀ, ସ୍ବେଛାସେବୀ, ସ୍ଥାନୀୟ ଲୋକ ମିଶି ଲୋକଙ୍କୁ ସଚେତନ କରାଇବା ସହ ସଫେଇ କରି ଥିଲେ l ପର୍ଯ୍ୟଟକ କିମ୍ବା ବଣ ଭୋଜି ପାଇଁ ଆସୁଥିବା ଲୋକଙ୍କୁ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ ବlରଣ କରିବା ପାଇଁ ଗ୍ରାମବାସୀ ଙ୍କୁ କହିଥିଲେ l ପରିବେଶ ସୁନ୍ଦର ସ୍ବଚ୍ଛ, ରହିଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ମାନେ ଆସିବେ ଓ ଅଞ୍ଚଳ ର ବିକାଶ ସମ୍ଭବ ହେବ ବୋଲି ସିନିୟର୍ ଫରେଷ୍ଟର ସରୋଜ କୁମାର ମିଶ୍ର କହିଛନ୍ତି l ଆଗକୁ ନିୟମିତ ସଚେତନ ତା ଜାରୀ ରହିବ ବୋଲି ମିଶ୍ର ଆହୁରି କହିଛନ୍ତି l