୪ର୍ଥ ଦିନରେ ଗଜପତି ଉତ୍ସବ ।ଗାୟିକା ସୁଜ୍ଞାନୀ ଆଜିର ଉତ୍ସବ ର ମୁଖ୍ଯ ଆକର୍ଷଣ ଥିଲେ ।ଗଜପତି, ୨୨.୧(ମନୋଜ ପାଢ଼ୀ)-: ଗଜପତି ଉତ୍ସବର ଆଜି ଥିଲା ୪ର୍ଥ ଦିନ । ବୁଧବାର ସଂଧ୍ଯାରେ ସ୍ଥାନୀୟ ଗଜପତି ଷ୍ଟାଡ଼ିୟମ ଠାରେ ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳା ୪ର୍ଥ ଦିନରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ଯ ଅତିଥି ଥିବା ବେଳେ ଜିଲ୍ଲା ପରିଷଦ ସଦସ୍ଯ ସଦସ୍ଯା ଦଣ୍ଡପାଣି ବଡ଼ମୁଣ୍ତି, ଗୌତମୀ ଜାନୀ, ରାଜଲକ୍ଷ୍ମୀ, ପ୍ରଭାତ ପ୍ରଧାନ ପିତାମ୍ବର ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ହୋଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପୃଥ୍ବୀରାଜ ମଣ୍ଡଳ ଅଧକ୍ଷତା କରିଥିଲେ । ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା,ସଂସ୍କୃତି, ଜନଜାତି, ନୃତ୍ୟ ସଙ୍ଗୀତ, ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିବା ବେଳେ ଗାୟିକା ସୁଜ୍ଞାନୀ ଆଜିର ଉତ୍ସବ ର ମୁଖ୍ଯ ଆକର୍ଷଣ ଥିଲେ । ଏହି ଅବସରରେ ଜିଲ୍ଲା, ତଥା ରାଜ୍ୟ ବାହାର ଜିଲ୍ଳାର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ କାଶ୍ମୀର ର ନାଚ ହାଇଦ୍ରାବାଦରୁ କୁଛିପୁଡ଼ି ନୃତ୍ୟ, ବଲାଙ୍ଗିର ର ନୃତ୍ୟ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ ପରିବେଷଣ କରାଯାଇଥିଲା। ସମସ୍ତ ସାଂସ୍କୃତିକ ନୃତ୍ୟ ଦର୍ଶକଙ୍କୁ ମନ ମୋହିଥିଲା ।
୪ର୍ଥ ଦିନରେ ଗଜପତି ଉତ୍ସବ ।ଗାୟିକା ସୁଜ୍ଞାନୀ ଆଜିର ଉତ୍ସବ ର ମୁଖ୍ଯ ଆକର୍ଷଣ ଥିଲେ ।
