ପିରିକୁଡ଼ି ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
କନ୍ଧମାଳ : ୨୧/୨୬(ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ପିରିକୁଡି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ମେହେର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପି.ଏ.ଆଇ.ଟି.ଡି.ଏ ଶ୍ରୀ ଗଦାଧର ପାତ୍ର ଓ ମୁଖ୍ୟ ବକ୍ତା ଭାବେ ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ରାମକୃଷ୍ଣ ମହାନ୍ତି ଯୋଗଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଉମା ଚରଣ ମଲ୍ଲିକ, ଏସ୍.ଏମ୍.ଡି.ସି ସଭାପତି ଶ୍ରୀ ଭୃଙ୍ଗରାଜ ମଲ୍ଲିକ ଏବଂ ପଞ୍ଚ ସଖା ଶିକ୍ଷା ସେତୁ ଅଭିଯାନ ସଭାପତି ଶ୍ରୀ ଅଗ୍ନି ଦେହୁରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I
ଏହି ଅବସର ରେ ପିଲାମାନଙ୍କ ଦ୍ଵାରା ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ୍ ଚିତାକର୍ଷକ ହୋଇଥିଲା I ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପଦକ ଅତିଥି ମାନେ ପ୍ରଦାନ କରିଥିଲେ I ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଶ୍ରୀମତି ବାବିତା ସାହଣି, ଶ୍ରୀମତି ସସ୍ମିତା ସାବତ, ଶ୍ରୀମତି ସଙ୍ଘମିତ୍ରା ମହାକୁଡ଼, ଶୁଶ୍ରୀ ଏମ.ବି. ଅଳଙ୍କାର, ଶ୍ରୀମତି ପ୍ରମୋଦିନୀ ଯାନୀ, ଶ୍ରୀ ନଶିବ୍ କୁମାର ପ୍ରଧାନ, ଶ୍ରୀ ମାଧବ ଚରଣ କଟା, ଶ୍ରୀ ରଶ୍ମିତ କୁମାର ଆପଟ, ଶ୍ରୀମତି ସଙ୍ଘମିତ୍ରା ମହାପାତ୍ର, ଶ୍ରୀମତି ମାନିନୀ କୁମାରୀ ନାୟକ ଓ ଶ୍ରୀମତି ମଞ୍ଜୁଲତା କହଁର ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତି ସୁଧାଂଶୁରାଣୀ ମିଶ୍ର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
