ଦକ୍ଷିଣ ଓଡିଶାରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ବ୍ୟାପକ ଅଭିଯାନ •

ଦକ୍ଷିଣ ଓଡିଶାରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ବ୍ୟାପକ ଅଭିଯାନ •

ଦକ୍ଷିଣ ଓଡିଶାରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ବ୍ୟାପକ ଅଭିଯାନ •

ବିଦ୍ୟୁତ ଆଘାତରୁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବିଦ୍ୟୁତ ଲାଇନ ଉନ୍ନତୀକରଣ •

ବନ ବିଭାଗ ସହ ମିଳିତ ଭାବେ ପାଟ୍ରୋଲିଂ ବ୍ରହ୍ମପୁର, ଜାନୁଆରୀ ୨୦୨୬: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ଜଙ୍ଗଲ ଏବଂ ଶସ୍ୟ କ୍ଷେତ୍ରରେ ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ନିଆଯାଇଛି ବହୁ ଅଭିନବ ଏବଂ ବ୍ୟାପକ ପଦକ୍ଷେପ। କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ଭରସାଯୋଗ୍ୟ ବିଜୁଳି ଯୋଗାଣ ସହ ପରିବେଶ ସଂରକ୍ଷଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି କ୍ରମରେ କମ୍ପାନୀ ତରଫରୁ ବିଦ୍ୟୁତ ଲାଇନ ତାରର ଉନ୍ନତୀକରଣ କରାଯାଇଛି। ମୁକୁଳା (ବେୟାର) କଣ୍ଡକ୍ଟରଗୁଡ଼ିକୁ ଇନସୁଲେଟେଡ କଣ୍ଡକ୍ଟରରେ ପରିଣତ କରାଯାଇଛି। ବିଶେଷ କରି ଜଙ୍ଗଲ ସଂଲଗ୍ନ ସମ୍ବେଦନଶୀଳ ଅଞ୍ଚଳରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି।

ଏହାଫଳରେ ବନ୍ୟପ୍ରାଣୀମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବେ ନାହିଁ ଏବଂ ସେମାନଙ୍କ ଜୀବନ ସୁରକ୍ଷିତ ହୋଇପାରିବ। ଏଥିସହିତ ବିଜୁଳି ତାର ବିଛାଇ ଅବୈଧ ଶିକାରରେ ରୋକ ଲଗାଯାଇପାରିବ। ସାଧାରଣତଃ ଭାବେ ବହୁ ଗ୍ରାମାଞ୍ଚଳରେ ତଥା ଜମି ନିକଟବର୍ତ୍ତୀ ଜଙ୍ଗଲ ସଂଲଗ୍ନ ଅଞ୍ଚଳମାନଙ୍କରେ ଫସଲ ସୁରକ୍ଷା ନିମିତ୍ତ ବିଜୁଳି ତାର ବିଛା ଯାଇଥାଏ। ଯାହାର ସଂସ୍ପର୍ଶରେ ଆସି ବନ୍ୟପ୍ରାଣୀମାନେ ଆଘାତପ୍ରାପ୍ତ ହୋଇ ଥାଆନ୍ତି ଏବଂ ଏହା ବିପଦ ସୃଷ୍ଟି କରେ । ଏହି ଧାରାରେ ରୋକ ଲଗାଇବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ବନ ବିଭାଗ ସହ ମିଳିତ ଭାବରେ ପାଟ୍ରୋଲିଂ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା, ବିଜୁଳି ତାର ବିଛାଇ ବନ୍ୟପ୍ରାଣୀଙ୍କ ଶିକାର କରିବାର କୁପରିଣାମ ବାବଦରେ ଜଣାଯିବା ସହ ସଚେତନ କରାଯାଉଛି। ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ, ଭଞ୍ଜନଗର ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ସହ ଟିପିଏସ୍ଓଡିଏଲ ପ୍ରତି ମାସରେ ଆୟୋଜିତ ମାସିକ ସମୀକ୍ଷା ବୈଠକରେ ଭାଗ ନେଉଛି। ଏହି ବୈଠକରେ ବନଖଣ୍ଡ ଅଧିକାରୀଙ୍କ ସମେତ ଏସିଏଫ୍ ଏବଂ ଟିପିଏସ୍ଓଡିଏଲର ଅଧୀକ୍ଷଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବିଭିନ୍ନ ସେକ୍ସନର ମୁଖ୍ୟମାନେ ଯୋଗ ଦେଉଛନ୍ତି। ଏହି ପ୍ରୟାସ ଫଳରେ ଜଗନ୍ନାଥ ପ୍ରସାଦ, ଟିଲିସିଙ୍ଗି, ସୋରଡ଼ା, କଣ୍ଟେଇପାଲ୍ଲୀ, କ୍ଷେତ୍ରୀୟବରପୁର, ବେଲଗୁଣ୍ଠା ଏବଂ ବଡ଼ଗଡ଼ ଆଦି ଅଞ୍ଚଳର ଜନସାଧାରଣ ଉପକୃତ ହୋଇଛନ୍ତି ।

ଏହି ଅଞ୍ଚଳଗୁଡ଼ିକ ଜଙ୍ଗଲ ସଂଲଗ୍ନ ଅଟେ ଏଥିସହିତ ଶସ୍ୟକ୍ଷେତ୍ର ଥିବାରୁ ଉଭୟ ବନ୍ୟପ୍ରାଣୀ ଏବଂ ବନ୍ୟପ୍ରାଣୀଙ୍କ ଶିକାର ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଯେଭଳି ବିପଦରେ ନ ପଡ଼ିବ ସେ କଥାକୁ ସୁନିଶ୍ଚିତ କରାଯାଇଛି। ସେହିଭଳି ଗଞ୍ଜାମ ଜିଲ୍ଲାର ଆସିକା, ହିଞ୍ଜିଳିକାଟୁ, ସେରଗଡ଼ ଆଦି ବ୍ଲକ ସହ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ ବନ ବିଭାଗ ସହ ମିଳିତ ଭାବେ ଟିପିଏସ୍ଓଡିଏଲର ପାଟ୍ରୋଲିଂ ଏବଂ ବିଦ୍ୟୁତ ତାରର ଉନ୍ନତୀକରଣ ଜାରି ରହିଛି। କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଜଙ୍ଗଲ ସଂଲଗ୍ନ ଅଞ୍ଚଳ ଏବଂ ଶସ୍ୟକ୍ଷେତ୍ରଗୁଡ଼ିକରେ ବନ ବିଭାଗ ସହ ଟିପିଏସ୍ଓଡିଏଲର ମିଳିତ ଭାବେ ପାଟ୍ରୋଲିଂ ଜାରି ରହିଛି। ବିଜୁଳି ତାର ବିଛାଇ ପଶୁ ଶିକାର ଭଳି ଅବୈଧ କାର୍ଯ୍ୟକୁ ରୋକିବା ଏବଂ ହୁକିଂ ଆଦିକୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ବନ୍ୟପ୍ରାଣୀଙ୍କ ସହିତ ବନ ବିଭାଗ କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା। ଏଥିସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଉଭୟ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ତରଫରୁ ବନ ବିଭାଗ ସହ ମିଳିତ ଭାବେ ସମୀକ୍ଷା ବୈଠକ କରାଯାଉଛି ।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାକିରିଗୁମ୍ମା, ଦଶମନ୍ତପୁର ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଉପଖଣ୍ଡର ଜନସାଧାରଣ ଏଥିରେ ଉପକୃତ ହୋଇଛନ୍ତି।ବନ ବିଭାଗ ସହ ମିଳିତ ଭାବରେ ପାଟ୍ରୋଲିଂ କରିବା ଓ ବିଦ୍ୟୁତ ଭିତ୍ତିଭୂମିର ବିକାଶ କରିବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମିତ୍ତ ଟିପିଏସ୍ଓଡିଏଲ୍ ତରଫରୁ ଅନ୍ୟାନ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଛି । ଗ୍ରାମବାସୀମାନଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ବିଦ୍ୟୁତ ସୁରକ୍ଷା ବିଷୟରେ ଜଣାଇବା ପାଇଁ ସଚେତନତା ବୈଠକର ଆୟୋଜନ କରାଯାଉଛି। ବନାଞ୍ଚଳ ତଥା ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ପଥପ୍ରାନ୍ତ ନାଟକର ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି । ଦୈନନ୍ଦିନ ଜୀବନରେ ସୁରକ୍ଷିତ ଅଭ୍ୟାସକୁ ଗ୍ରହଣ କରିବା, ହୁକିଂ ନ କରିବା ପାଇଁ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ଦାୟିତ୍ୱପୂର୍ଣ୍ଣ ହେବା ଦିଗରେ ସୂଚନାମୂଳକ, ଶିକ୍ଷଣୀୟ ଏବଂ ଯୋଗାଯୋଗ ଭିତ୍ତିକ(ଆଇଇସି) ସାମଗ୍ରୀ ବଣ୍ଟନ କରାଯାଉଛି ।

ଏଥିସହିତ ଟିପିଏସ୍ଓଡିଏଲ୍ ତରଫରୁ ତାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିୟମିତ ଭାବରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବିଜୁଳି ତାର ବିଛାଇ ଶିକାର ନ କରିବା ପାଇଁ ସଚେତନତାମୂଳକ ପୋଷ୍ଟ କରାଯାଉଛି । ଯାହା ସଚେତନତା ସୃଷ୍ଟି କରିବା ଦିଗରେ ବିଶେଷ ଭାବରେ ସହାୟକ ହେଉଛି । ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଟିପିଏସ୍ଓଡିଏଲରେ ଆମେ ବିଶ୍ୱାସ କରୁ ଯେ ବିକାଶ ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ବ ବହନ କରେ। ଆମର କାର୍ଯ୍ୟକ୍ଷେତ୍ର ଅଞ୍ଚଳରେ ବନ ବିଭାଗ ସହ ସମନ୍ୱୟ ରଖି ମିଳିତ ଭାବେ ପାଟ୍ରୋଲିଂ କରିବା ଏବଂ ଖୋଲା କଣ୍ଡକ୍ଟରଗୁଡ଼ିକୁ ଇନସୁଲେଟେଡ କଣ୍ଡକ୍ଟରରେ ପରିଣତ କରିବା ଭଳି କାର୍ଯ୍ୟ ଜାରି ରହିଛି। ଏହା ଆମର ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଏ।

ସବୁଜ, ସୁରକ୍ଷିତ ଏବଂ ସ୍ଥାୟୀ ପରିବେଶ ଗଠନ ଦିଗରେ ଆମର ଏହି ପ୍ରୟାସ ବିଶେଷ ଭାବରେ ସହାୟକ ହେବ।” ଆଗାମୀ ଦିନରେ ଟିପିଏସ୍ଓଡିଏଲ୍ ତରଫରୁ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବେ କରାଯିବା ସହ ବହୁ ଅଞ୍ଚଳରେ ଏପରି ପଦକ୍ଷେପ ନିଆଯିବ।

ବିଦ୍ୟୁତ ଭିତ୍ତିଭୂମିର ବିକାଶ ସାଙ୍ଗକୁ, ବନ ବିଭାଗ ସହ ମିଳିତ ଭାବେ ପାଟ୍ରୋଲିଂ ଏବଂ ସମନ୍ବୟ ରକ୍ଷା କରିବା ଦ୍ୱାରା ଟିପିଏସ୍ଓଡିଏଲ୍ କେବଳ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣର ଲକ୍ଷ୍ୟରେ ସୀମିତ ହୋଇ ରହିବ ନାହିଁ ବରଂ ଉଭୟ ବନ୍ୟପ୍ରାଣୀ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହୋଇପାରିଛି।