ଟିକାବାଲିରେ ଲୋକକଳା ମହୋତ୍ସବକୁନେଇ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ……………………………………
କନ୍ଧମାଳ -୨୧/୧/୨୦୨୬/( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସଭାଗୃହ ଠାରେ ପାରମ୍ପରିକ ଲୋକକଳାକାର ମହାସଂଘ ଓ ବ୍ଲକ କଳା ସାଂକୃତିକ ସଂଘ ର ମିଳିତରେ ପାରମ୍ପରିକ ଲୋକକଳା ମହୋତ୍ସବ ୨୦୨୬ ଆୟୋଜନ କରାଯିବା ନେଇକୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଟିକାବାଲି ବ୍ଲକ କନ୍ଧମାଳ ଜ଼ିଲ୍ଲା ର ସଂଖ୍ୟା ଗରିଷ୍ଠ ପାରମ୍ପରିକ କଳାକାର ଦଳ ଭାବରେ ପରିଚିତ l ଲୋପପାଉଥିବା ଭାଷା ସଂସ୍କୃତି ଓ ପରମ୍ପରା କୁ ଉଦ୍ଜୀବିତ କରିବା ସହିତ ଏହି କଳା କୁ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରେ କିପରି ପରିପ୍ରକାଶ କରିହେବ ଏବଂ ନିଜର ପ୍ରତିଭା କୁ ପ୍ରତିପାଦନ କରିବା ଏହି ଉତ୍ସବ ର ମୁଖ୍ୟ ଲକ୍ଷ ଅଟେ l ଏହା ସହିତ କୁଇଦିନା ର ଭିନ୍ନ ଏକ ପରିଚୟ ସୃଷ୍ଟି କରିବା କଳା କାର ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ଏକ ଭାତୃତ୍ୱ ଭାବ ସୃଷ୍ଟି କରିବା ଏବଂ ଯୁବ ପିଢ଼ି ଙ୍କୁ ଏଥିରେ ସାମିଲ କରିବା ଓ ଟିକାବାଲି ସମେତ କନ୍ଧମାଳ ଜିଲ୍ଲାର କଳାକାର ଙ୍କୁ ଉତ୍ସlହିତ କରିବା ଏବଂ ମନୋବଳ କୁ ଦୃଡ଼ କରି ଭାଇଚାରା ସମ୍ପର୍କ ଙ୍କୁ ମଜଭୁତ କରିବା ଉଦେଶ୍ୟରେ ମହାସଂଘ ର ଅନୁରୋଧ କ୍ରମେ ବି.କେ ଏସ. ଏସ.ଟିକାବାଲି ସଭାପତି ତଥା ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ବିଷ୍ଣୁ ଗୋବିନ୍ଦ ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l
କିନ୍ତୁ ବୈଠକ ରେ ଆଲୋଚନା ସମ୍ପୂର୍ଣ କରାଯାଇପାରି ନ ଥିବାରୁ ପୁଣି ଏକ ବୈଠକ ୨୯/୧/୨୦୨୬/ରିଖ ସମୟ ୩ ଘଣ୍ଟିକା ରେ ପୁଣି ସମସ୍ତ ଅଂଶୀଦାର ଜନ ପ୍ରତିନିଧି,ଓ ସମସ୍ତ ବିଭାଗ ର କର୍ମଚାରୀ ଙ୍କୁ ନେଇ ବୈଠକ କରିବାକୁ ନିଷ୍ପତି ନିଆଯାଇଥିଲା l ଆଜିର ବୈଠକରେ ଟିକାବାଲି ସମିତି ଅଧକ୍ଷ ଶ୍ରୀ ଯୁକ୍ତ ଦିଲୀପ କହଁର, ଏ. ବିଡ଼ିଓ ସୁନୀଲ କୁମାର ମଳିକ, ବି ଏସ ଏସ ଓ ଏଲିସା ବିଷୋୟୀ,ମହାସଂଘ ର ସଭାପତି କ୍ରିଷ୍ଣା ଚନ୍ଦ୍ର ଡିଗାଲ, ସମ୍ପାଦକ ଦେବେନ୍ଦ୍ର ପ୍ରଧାନ, ବ୍ଲକ କଳାସଂକୃତି ସଂଘ ର ଉପସଭାପତି ଶ୍ରୀ ଯୁକ୍ତ ବିଜେନ୍ଦ୍ର ପ୍ରଧାନ, ସଂକ୍ରିତନ ଗୁରୁ ତଥା ମହାସଂଘ ଉପଦେଷ୍ଟା ସିମାଞ୍ଚଳ ମାଝୀ,ବଳି କହଁର, ଦୁଃଶାସନ ପ୍ରଧାନ, ଆକ୍ଟିଭ କଳାକାର ସୁଜତା ମଲିକ, ବାମଦେବ ଦିଗାଳ, ସାମିସ୍ତ୍ରୀ ଦିଗାଳ, ସମାଜ ସେବୀ,ସଂଜୀବ ଦିଗାଳ,ନରେଶ ନାୟକ, ଭିକାରି ନାୟକ, ଙ୍କ ସମେତ ବହୁ କଳାକାର ଦଳ ମୁଖ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l
