ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ସଂପର୍କରେ ପଂଚାୟତ ଲୋକ ପ୍ରତିନିଧି ଙ୍କୁ ସୂଚନା
କନ୍ଧମାଳ – ୧୯/୦୧( ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ସାର୍ତ୍ତାଗୁଡ଼ା ଠାରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ରେ ମିଳୁଥିବା ସମସ୍ତ ପ୍ରକାର ସେବା ସଂମ୍ପର୍କରେ ଫୁଲବାଣୀ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ପଂଚାୟତ ଲୋକ ପ୍ରତିନିଧି ମାନଙ୍କୁ ଅତ୍ୟାଧୁନିକ ସେବା ସଂପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡି ପଦ୍ମl ଓ ଦାୟିତ୍ୱରେ ଥିବା ଟେକ୍ନିକାଲ ପର୍ସନ l ତେବେ, ପ୍ରଚାର ଓ ପ୍ରସାର ଅଭାବ ରୁ ଏଭଳି ସୁନ୍ଦର ଅତ୍ୟାଧୁନିକ ଯନ୍ତ୍ର ପାତୀ ମାଧ୍ୟମ ରେ ମାଗଣା ରେ ଦିଆଯାଉଥିବା ସୁବିଧା ସଂପର୍କରେ ପୁର୍ବରୁ ଲୋକେ ଜାଣି ନଥିଲେ ଫଳରେ ଲୋକେ ଚିକିତ୍ସା ପାଇଁ ଯାଉ ନଥିଲେ l
ଏହାବ୍ୟତୀତ ଶlର୍ତାଗୁଡ଼ା ମୁଖ୍ୟ ସଡ଼କ ଠାରୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଦୁର ହେବା ସହ ଗାଡି ମୋଟର ସୁବିଧା ନାହିଁ, ରୋଗୀ ମାନେ ଆସିବା ପାଇଁ ଅସୁବିଧା ହେଉଛି l
ତେବେ, ଏକ ବ୍ୟାଟେରୀ ଚାଳିତ ଗାଡି ଏହି କେନ୍ଦ୍ରକୁ ଦିଆଯିବ ବୋଲି ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ କହିଛନ୍ତି l
