ଟାଙ୍ଗରପାଲି ପ୍ରାଥମିକ ବିଦ୍ୟାଳୟର ୨୦୨୫/୨୬ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବରଗଡ – ୧୫,୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଟାଙ୍ଗରପାଲି ପ୍ରାଥମିକ ବିଦ୍ୟାଳୟର ୨୫/୨୬ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅତିଥି ପରିଚୟ ପ୍ରଦାନ, ମଂଚ ପରିଚାଳନା କରିଥିଲେ ଧର୍ମରାଜ ଭୂଏ ।ଏଥିରେ ସଭାପତିତ୍ବ କରି ଥିଲେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଗଡନାୟକ। ମୁଖ୍ୟ ଅତିଥି ଭାବେ ବାନିପାଲି ପ୍ରୋଜେକ୍ଟ ଉ ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ।
ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଜପ ପୋଢ। ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
