ବାଇକରେ ବୁହାହେଲା ମୃତଦେହ;କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ?
ଗଜପତି,୧୫.୧(ମନୋଜ ପାଢ଼ୀ) -ସ୍ୱାସ୍ଥ୍ୟ ବିଭାଗର କରୁଣ କାହାଣୀ ଉପାନ୍ତ ଅଞ୍ଚଳରେ ଉଦାସୀନତା ଗୁମ୍ମାରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର।ମୃତଦେହକୁ ମିଳୁନି ସମ୍ମାନ ବାଇକରେ ବୁହାହେଲା ମୃତଦେହ କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ? ଗଜପତି ଜିଲ୍ଲା ଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର।ସ୍ବାସ୍ଥ୍ୟ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି ଏ ବାସ୍ତବ ଚିତ୍ର।୨୦୧୬ ମସିହାରେ ଦାନ ମାଝୀ ଶବ ବୁହା ଘଟଣା ସାରା ବିଶ୍ୱରେ ଚାର୍ଚ୍ଚର ବିଷୟ ପାଲଟିଛି ଥିଲା।ଆଉ ସେହି ଘଟଣାର ପରେ ପରେ ରାଜ୍ୟ ସରକାର ରାଜ୍ୟରେ ଆରମ୍ଭ ହୋଇଥିଲା ମହାପ୍ରୟାଣ ଯୋଜନା।ହେଲେ ଏବେ ଏହି ଯୋଜନା ବାଟବଣା ହେବାରେ ଲାଗିଛି।
ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମର ଚନ୍ଦ୍ର ଧ୍ୱଜ ସିଂ(୬୩)ଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା।ଫଳରେ ପରିବାର ଲୋକେ ନିକଟସ୍ଥ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଗୁରୁବାର ଦିନ ସକାଳ ୮ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଆଲୋକ କୁମାର, ଚନ୍ଦ୍ର ଧ୍ୱଜ ସିଂଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।ଗୁମ୍ମା ମେଡ଼ିକାଲରେ ମହାପ୍ରୟାଣ ଗାଡ଼ି ନଥିବାରୁ ମୃତଦେହ ଗାଁକୁ ନେବା ପାଇଁ ପରିବାର ଲୋକଙ୍କୁ ଅଟୋ ରିକ୍ସାରେ ନେବା ପାଇଁ ସୁରକ୍ଷା କର୍ମୀମାନେ କହିଥିଲେ। ଅଟୋ ରିକ୍ସା ୮ରୁ୯ ହଜାର ନେବାକୁ କହିବା ପରେ ଆର୍ଥିକ ଅଭାବ ଯୋଗୁଁ ସମ୍ପର୍କୀୟମାନେ ମୃତଦେହକୁ ବାଇକରେ ନିଜ ଗାଁକୁ ନେଇ ଯାଉଥିଲେ। ତେବେ ଡ଼ଃ ଆଲୋକ କୁମାର ମୃତ୍ୟୁ ଘୋଷଣା କରିବା ପରେ ଦାୟିତ୍ୱରେ ଥିବା ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
