ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଥୁଆପାଲି ଷଷ୍ଠ ବାର୍ଷିକ ୨୫/୨୬ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଥୁଆପାଲି ଷଷ୍ଠ ବାର୍ଷିକ ୨୫/୨୬ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଥୁଆପାଲି ଷଷ୍ଠ ବାର୍ଷିକ ୨୫/୨୬ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଥୁଆପାଲି ର ଷଷ୍ଠ ବାର୍ଷିକ ଉତ୍ସବ ୨୫/୨୬ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ସଭାପତି ହରିଶ୍ଚନ୍ଦ୍ର ବାରିକ ।ମୁଖ୍ୟ ଅତିଥି ବରିଷ୍ଠ ବିଜେପି ନେତା ସରୋଜ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ପଲ୍ଲୀଶ୍ରୀ ମହାବିଦ୍ୟାଳୟ ର ଓଡିଆ ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଭେଡେନ ସଙ୍କୁଳ ସ୍ତରୀୟ ପ୍ରମୁଖ ଅଶ୍ଵିନୀ କୁମାର ଦାଶ ଯୋଗଦାନ କରିଥିଲେ।ଅତିଥି ମାନେ ପ୍ରଥମେ ଭାରତ ମାତା, ଓଁ, ସରସ୍ଵତୀ ଦେବୀ କଂ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅତିଥି ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଭୋଜେସ୍ଵର ବାଗ ସଭା ପରିଚାଳନା କରିଥିଲେ।ସଂପାଦକ ଅକ୍ଷୟ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ କ୍ଷୀରୋଦ୍ର ରଣା ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ର ଭୋଜେସ୍ଵର ବାଗ, ଛାତ୍ରୀ ରୁଦ୍ରାଣୀ ବାରିକ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଏହି ସମୟରେ ସମସ୍ତ ଗୁରୁଜୀ/ ଗୁରୁମା ଓ ଅଭିଭାବକ /ଅଭିଭାବିକା ମାନେ ପରିଚାଳନା ସହଯୋଗ କରିଥିଲେ। ପରିଶେଷରେ ଗୁରୁମା ପ୍ରିୟଂକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।