ନୂତନ ନିଯୁକ୍ତ ସରକାରୀ ଓକିଲଙ୍କୁ ଶୁଭେଚ୍ଛା ।

ନୂତନ ନିଯୁକ୍ତ ସରକାରୀ ଓକିଲଙ୍କୁ ଶୁଭେଚ୍ଛା ।

ନୂତନ ନିଯୁକ୍ତ ସରକାରୀ ଓକିଲଙ୍କୁ ଶୁଭେଚ୍ଛା ।

ଗଜପତି,୧୪.୧(ମନୋଜ ପାଢ଼ୀ) – ରାଜ୍ୟସରକାରଙ୍କ ଆଇନ ବିଭାଗ ପକ୍ଷରୁ ସଦ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିବା ଚିଠି ନମ୍ବର ୯୦୬/୧୩. ଅନୁଯାୟୀ ଗଜପତି ଜିଲ୍ଲା ମୁଖ୍ୟ ନ୍ୟାୟାଳୟ ସମେତ ବିଭିନ୍ନ ବ୍ଲକ ଅନ୍ତର୍ଗତ ନୟାଳୟ ଗୁଡିକରେ ଖାଲି ଥିବା ସରକାରୀ ଓକିଲ୍, ସ୍ବତନ୍ତ୍ର ସରକାରୀ ଓକିଲ, ସହକାରୀ ଓକିଲ ଆଦି ଅନେକ ପଦବୀ ପୂରଣ ହୋଇଛି। ଦୀର୍ଘ ଦିନ ଧରି ଲବି ଚିଲିଥିବା ଏହି ପଦବୀ ଗୁଡିକରେ ଶାସକ ଦଳ ର ଅନେକ ଅଭିଜ୍ଞ ଓ ଯୁବ ଓକିଲ ମାନଙ୍କୁ ଏଥିରେ ନିଯୁକ୍ତ କରାଯାଇଛି।

ଏଥି ନିମନ୍ତେ ପୂର୍ବତନ ବିଧାୟକ ତଥା ରାଜ୍ୟ ଉପ ସଭାପତି କେ ନାରାୟଣ ରାଓ ରାଜ୍ୟ ସରକାର, ମାନ୍ୟବର ମୂଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ସହ ନବ ନିଯୁକ୍ତ ଓକିଲ ବନ୍ଧୁ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତତ୍ ସହିତ ସାଧାରଣ ଜନତା ଓ ମହକିଲ କିପରି ସମସ୍ତ ପ୍ରକାରର ସରକାରୀ ସୁବିଧା ସାଙ୍ଗକୁ ଯଥାଶୀଘ୍ର କିପରି ନ୍ୟାୟ ପାଇପାରିବେ ସେ ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

ସେହିପରି ନବ ନିଯୁକ୍ତ ଆଇନ ଅଧିକାରୀ ମାନେ ମଧ୍ୟ ପୂର୍ବତନ ବିଧାୟକଙ୍କୁ ମକର ସଂକ୍ରାନ୍ତି ଶୁଭେଛା ଜଣାଇବା ସହ କୃତଜ୍ଞତା ଜଣାଇଥିଲେ।