ବିକାଶ ଖୋଜୁଛି ଢେପାସାହି

ବିକାଶ ଖୋଜୁଛି ଢେପାସାହି

ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲା ଏକ ଦୁର୍ଗମ ଜିଲ୍ଲା ହୋଇଥିବା ବେଳେ ସରକାର ଏହାର ବିକାଶ ଲାଗି କୋଟି କୋଟି ଅର୍ଥ ମଞ୍ଜୁର କରିଥାନ୍ତି । ତେବେ ସ୍ଵାଧୀନତା ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ବିକାଶର ସ୍ଵାଦ ଚାଖି ପାରିନାହିଁ ।ଏ ହେଉଛି ବିକାଶ ଠାରୁ ବହୁ ଦୂରରେ ଥିବା ଗାଆଁ ଢେପାସାହି । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ତଥା ମୋହନା ବିଧାୟକ ଙ୍କ ଗାଆଁ ନିକଟରେ ଅବସ୍ଥିତ ଏହି ଆଦିବାସୀ ଗାଆଁ ଢେପାସାହି । ଗାଆଁ କୁ ଗମନା ଗମନ ସୁବିଧା କହିଲେ ଏହି ଅଣ ଓସାରିଆ ମାଟି ପଥର ରାସ୍ତା ହିଁ ଏକ ମାତ୍ର ଭରୋଷା । ନା ଅଛି ଏଠାରେ ଶିକ୍ଷାର ସୁବିଧା ନା ପାଉଛନ୍ତି ସ୍ଵାସ୍ଥ୍ୟ ସେବା । ଏପରିକି ଦୁନିଆ ଦେଖିବା ଲାଗି ନାହିଁ ବିଦ୍ୟୁତ୍ ଆଲୁଅ । ଦେଶର ଭବିଷ୍ୟତ ଗଢା ଚାଲିଛି ଦିବିରି ଆଲୁଅରେ । ଶୋଷ ମେଣ୍ଟେଇବାକୁ ମଧ୍ୟ ନାଇ ଏଠି ବିଶୁଦ୍ଧ ପାନୀୟ ଜଳ । ଗାଁ ଠାରୁ ଦୀର୍ଘ ବାଟ ଚାଲି ଗଲେ ଏକ ଚୁଆଁ ଦେଇଥାଏ ବର୍ଷ ତମାମ୍ ପାନୀୟ ଜଳ । ଗାଆଁ ରେ ଅଛି ନଳ କୁପ ସତ କିନ୍ତୁ ତାହା ବ୍ୟବହାର ଯୋଗ୍ୟ ନୁହ । ବାରମ୍ବାର ପଞ୍ଚାୟତ ,ବ୍ଲକ ଏପରିକି ଜିଲ୍ଲା ସ୍ତରରେ ମଧ୍ୟ ଅଭିଯୋଗ କରି ନିରାଶ ହୋଇଛନ୍ତି ଗ୍ରାମବାସୀ । ତତ୍କାଳୀନ ସରକାର ବିକାଶ ର ଗୁଣ ଗାନ କରୁଥିବା ବେଳେ ଏହା ହେଉଛି ବିକାଶର ବିକଳ ଚିତ୍ର । ଖାଲି ପୋଷ୍ଟର ମାଧ୍ୟମରେ ପ୍ରଚାର ପ୍ରସାର ସୀମିତ ରହିଥିବା ବେଳେ ବିକାଶର ସ୍ଵାଦ ଚାଖି ପାରିନାହାନ୍ତି ଏହି ନିରୀହ ଆଦିବାସୀମାନେ । ଖବର ପ୍ରସାରଣ ପରେ ପୁଣି କେବେ ଚେତା ପଶିବ ପ୍ରଶାସନର ତାହାକୁ ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *