ସେମିଳିଗୁଡା ସମାଜସେବୀ ଦମ୍ପତ୍ତିଙ୍କ ଏସିଆନ ଥାଲାସେମିଆ କନକ୍ଲେଭରେ ଯୋଗଦାନ।

ସେମିଳିଗୁଡା ସମାଜସେବୀ ଦମ୍ପତ୍ତିଙ୍କ ଏସିଆନ ଥାଲାସେମିଆ କନକ୍ଲେଭରେ ଯୋଗଦାନ।

ସେମିଳିଗୁଡା ସମାଜସେବୀ ଦମ୍ପତ୍ତିଙ୍କ ଏସିଆନ ଥାଲାସେମିଆ କନକ୍ଲେଭରେ ଯୋଗଦାନ। ସେମିଳିଗୁଡା.ତାରିଖ ,୧୧,୧,୨୦୨୬, ସେମିଳିଗୁଡାର ବରିଷ୍ଠ ସମାଜସେବୀ ଓ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ଲିଭ ଫର ଅଦର୍ସ ଓ ଓଡିଶା ରକ୍ତଦାତା ସଂଘର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ହାଇଦ୍ରାବାଦରେ ଅନୁଷ୍ଠିତ ଦୁଇ ଦିନିଆ ଏସିଆନ ଥାଲାସେମିଆ କନକ୍ଲେଭ ୨୦୨୬ରେ ନିମନ୍ତ୍ରିତ ହୋଇ ଯୋଗ ଦେଇଛନ୍ତି।ଏହି ସମ୍ମିଳନୀ ୧୦ ,୧,୨୦୨୬ ଓ ୧୧,୧,୨୦୨୬ରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୨୨ଟି ରାଜ୍ଯ ଓ ସାତଟି ଦେଶରୁ ପ୍ରତିନିଧି ଯୋଗ ଦେଇ ଥାଲାସେମିଆ ଦେଶରୁ ସଂପୂର୍ଣ୍ଣ ନିର୍ମୁଳ କରିବା ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।ସେମାନଙ୍କ ମଧ୍ଯରେ ବହୁ ଡାକ୍ତର, ବିଶେଷଜ୍ଞ, ଅନୁଭୂତିସଂପର୍ନ୍ନ ବ୍ଯକ୍ତି ଯୋଗ ଦେଇ ଥିଲେ। ହାଇଦ୍ରାବାଦ ଥାଲାସେମିଆ ଆଣ୍ଡ୍ ସିକିଲସେଲ୍ ସୋସାଇଟି ଏହି ସମ୍ମିଳନୀର ଆୟୋଜନ କରିଥିଲେ। ସୋସାଇଟିର ସଭାପତି ଡକ୍ଟର ଚନ୍ଦ୍ରକାନ୍ତ ଅଗ୍ରୱାଲ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ହାଇଦ୍ରାବାଦର ନଭୋଟେଲ୍ ହୋଟେଲ ଓ ଥାଲାସେମିଆ ଆଣ୍ଡ୍ ସିକିଲସେଲ୍ ସୋସାଇଟୀଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଇ ଥିଲା।ଅନେକ ଥାଲାସେମିଆ ସହ ଲଢେଇ କରୁଥିବା ଓ ସଚେତନତାର ବାର୍ତ୍ତାବହନ କରୁଥିବା ରୋଗୀ ମଧ୍ଯ ଯୋଗ ଦେଇଥିଲେ।ଏହି ସମ୍ମିଳନୀରୁ ପାଇଥିବା ଶିକ୍ଷା,ସୂଚନା ଓ ପ୍ରେରଣା ନିଶ୍ଚିତ ଭାବରେ କୋରାପୁଟ ଜିଲ୍ଲାରେ ଥାଲାସେମିଆ ନିୟନ୍ତ୍ରଣରେ ସହାୟକ ହେବ ବୋଲି ଡକ୍ଟର ମିଶ୍ର କହିଛନ୍ତି।