ପ୍ରଦୂଷଣ ବଢ଼ାଇବା ସହିତ ବେଆଇନ ଭାବେ ଇଟାଭାଟି ଇଟାଭାଟି ମାଲିକ ମାନ ଇଟା ନିର୍ମାଣ କରୁଛନ୍ତି

ପ୍ରଦୂଷଣ ବଢ଼ାଇବା ସହିତ ବେଆଇନ ଭାବେ ଇଟାଭାଟି ଇଟାଭାଟି ମାଲିକ ମାନ ଇଟା ନିର୍ମାଣ କରୁଛନ୍ତି

ପ୍ରଦୂଷଣ ବଢ଼ାଇବା ସହିତ ବେଆଇନ ଭାବେ ଇଟାଭାଟି ଇଟାଭାଟି ମାଲିକ ମାନ ଇଟା ନିର୍ମାଣ କରୁଛନ୍ତି

ରାୟଗଡ଼ (ଅମୁଲ୍ୟ ନିଶଙ୍କ ): ଓଡିଶା ର ବିଭିନ୍ନ ସହର ଓ ଜ଼ିଲ୍ଲା ଭଳି ରାୟଗଡ଼ା ବ୍ଲକ ଓ କୋଳନରା ବ୍ଲକ ରେ ମଧ୍ୟ୍ୟ ଲାଲ ଇଟା ତିଆରି ଚାଲୁଛି ଦିନକୁ ଦିନ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଛି। ଏଥିପାଇଁ ବେଆଇନ ଇଟାଭାଟି ଓ ଗାଡ଼ି ମୋଟରରୁ ବାହାରୁଥିବା ଧୂଆଁ, ଜଙ୍ଗଲ ସମ୍ପଦ ନଷ୍ଟକୁ ଦାୟୀ କରାଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଜିଲ୍ଲାରେ ବେଧଡକ ଚାଲିଛି ଇଟାଭାଟି।ସହରରେ ବାୟୁ ପ୍ରଦୂଷିତ ହେବାରେ ଲାଗିଛି। ଯାହା ସହରବାସୀଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି।

ଯେତିକି ବାୟୁମଣ୍ଡଳ ପ୍ରଦୂଷିତ ହୋଇଥିବା ରିପୋର୍ଟ ମିଳିଛି, ତାହା ଆଦୌ ସ୍ବାସ୍ଥ୍ୟକର ନୁହେଁ ବୋଲି କୁହାଯାଇଛି। ଏଥିଲାଗି ଯାନବାହାନ ଓ ଇଗଭାଟି ଧୂଆଁକୁ ପ୍ରମୁଖ ଭାବେ ଦାୟୀ କରାଯାଇଛି। ସ୍ଥାନୀୟ ଲୋକେ ବାୟୁ ପ୍ରଦୂଷଣକୁ ନେଇ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ଏହାକୁ ରୋକିବା ପାଇଁ ଏଯାଏଁ କୌଣସି ପଦକ୍ଷେପନିଆଯାଇନି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରିଅଲ-ଟାଇମ୍ ଡାଟା ସୂତ୍ରରୁ ପ୍ରକାଶ, ବାୟୁର ଏକ୍ୟୁଆଇ ମାନ ଶୂନ୍ୟରୁ ୫୦ ମଧ୍ୟରେ ରହିଲେ ଅତି ଉତ୍ତମ। ୫୦ରୁ ୧୦୦ ମଧ୍ୟରେ ରହିଲେ ଉତ୍ତମ ଏବଂ ୧୦୦ରୁ ଅଧିକ ରହିଲେ ଶ୍ଵାସକ୍ରିୟାରେ ସମସ୍ୟା ସମ୍ଭାବନା । ୧୫୦ରୁ ୨୦୦ ଟପିଲେ ଆଖି ପୋଡ଼ିବା ଭଳି ସମସ୍ୟା ରହିବ। ଗତ ୩ଦିନ ହେଲା ରାୟଗଡାରେ ଏକ୍ୟୁଆଇ ୧୧୮ ରହିଛି। ଯାହା ସାମାନ୍ୟ ବୋଲି କୁହଯାଉଥିଲେ ବି ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁଅଞ୍ଚଳବାସୀ ଦାବି କରିଛନ୍ତି।

ଏବେଠୁ ଏ ଦିଗରେ ଦୃଷ୍ଟି ଦିଆନଗଲେ ଆଗକୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ରାୟଗଡ ସହର ଓ କୋଳନରା ବ୍ଲକ ଓ ଏହାର ଉପକଣ୍ଠରେ ଶତାଧିକ ଇଟାଭାଟି ରହିଛି। ବିଶେଷକରି ରାୟଗଡ଼ା ଓ କୋଳନରା ତହସିଲ ଅଧୀନ କଟଲାଗୁଡା, ଜଗନ୍ନାଥପୁର, ଲାଡା, କେରେଡା, ଅତଡ଼ା, ଶେଷଖାଲ, ଜେମାଦେଇପେଣ୍ଠ, କାର୍ଲାକଣା, ଅମଳାଭଟ୍ଟା, ମାଲିପଡା, ତାଡମା, ମାଲିଗାଁ, କାସିଲି, କତାଗୁଡା,ତରଲାବାଡି,ଥେରୁବାଲି, ଫକିରି, ପେଣ୍ଟା,ଡକୁଲଗୁଡା, ଦୁଦୁଲି, ପାତ୍ରପୁଟ, ବୁରୁଜୁଗୁ ଡା, ସିଲିପୁଟ, କଏ ମାଲିଗୁଡା, ରିଭଲକଣା, ଭେଜିପୁଟ ଆଦି ଗାଁ ନିକଟରେମାଳ ମାଳ ବେଆଇନ ଇଟାଭାଟି ଗଢିଉଠିଛି। ଏଥି ଯୋଗୁ ଅଞ୍ଚଳର ପରିବେଶ ନଷ୍ଟ ହେବା ସହ ଜଙ୍ଗଲ ସଂପଦ ମଧ୍ୟ୍ୟ ଧ୍ବଂସ ପାଉଛି ଯୋଦ୍ୱାରା ଜଙ୍ଗଲ ପଶୁ ସହର ଓ ଗାଁ ରେ ନିର୍ବିଘ୍ନେ ରେ ପଶିଆସୁଛନ୍ତି ।

ରାଜସ୍ବ ବିଭାଗର ବିନା ଅନୁମତିରେ ଚାଲିଛି ବହୁ ଇଗଭାଟି। ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ୪ଟି ଜିଲ୍ଲା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଏଠାରେ ରହିଛି। ତଥାପି କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛତି। ଯାହାର ଫାଇଦା ଉଠାଉଛପି ଇଟାଭାଟି ମାଲିକ। ଏ ସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଅଶୋକ ଭୋଇଙ୍କୁ ପଚାରିବାରୁ ପରିବେଶ ପ୍ରଦୂଷିତ ହେଉଥିବା କଥାକୁ ସ୍ବୀକାର କରିଛନ୍ତି। କହିଛନ୍ତି, ବେଆଇନ ଇଟାଭାଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାୟିତ୍ଵ ରାଜସ୍ୱ ବିଭାଗର। ବୋର୍ଡ ପକ୍ଷରୁ କେବଳ ପ୍ରଦୂଷଣ ମାତ୍ରା ଯାଞ୍ଚ କରାଯାଉଛି ।

ରାୟଗଡ ତହସିଲଦାର କହିଛନ୍ତି, କେତେକ ବେଆଇନ ଇଟାଭାଟି ଚିହ୍ନଟ ହୋଇଛି। ସେଗୁଡ଼ିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି । ସେହିପରି କୋଳନରା ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କୁ ଏହି ଇଟାଭାଟି ବିଷୟରେ ପଚାରିବାରୁ ସେମାନେ ହାଲକା ଭାବେ ନିଜ ପ୍ରତକ୍ରିୟା ରେ କହିଲେଜେ ଆମେ ନୂତନ ଭାବେ କାର୍ଯ୍ୟ ରେ ଯୋଗ ଦେଇଛୁ ତଦନ୍ତ କରି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବୁ ବୋଲି l ସୂଚନା ଯୋଗ୍ୟ ଜେ କୋଳନରା ବ୍ଲକ ର ଫକୀର ଓ ରାୟଗଡ ବ୍ଲକ ର ପେଣ୍ଟା ଠାରେ ଏକ ବ୍ୟକ୍ତି ପୂର୍ବତନ ବିଜେଡି ନେତା ଓ ରାଜସ୍ୱ ବିଭାଗ ର କର୍ମଚାରୀ ଓ ପୋଲିସ ମୋ ପାଖରେ ଅଛନ୍ତି ମୋର କେହି କିଛି କରିପାରିବ ନାହିଁ ବୋଲି କହି ବୁଲୁଥିବା ର ଖବର ମିଳିଛି ଏହି ବ୍ୟକ୍ତି ର ଇଟାଭାଟି ଉପରେ ଚଢ଼ାଉ କରି ଦୃଢ଼ ପଦକ୍ଷେପ ନେବା ନିମନ୍ତେ ଦାବି ହେଇଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ