ଵୃଷବ ଗ୍ରାମରେ ମିଳନ ସଭା ଅନୁଷ୍ଠିତ -2026
ଗଜପତି,୮.୧(ମନୋଜ ପାଢ଼ୀ)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଵୃଷବ ପଞ୍ଚାୟତ ଵୃଷବ ଗ୍ରାମରେ ଆଜି ସଉରା ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ତରଫରୁ ଗଜପତି ଜିଲ୍ଲାରେ ଖ୍ରୀଷ୍ଟିଆନ ସାମ୍ପ୍ରଦାୟର ମୁଖ୍ୟ କର୍ମକର୍ତ୍ତା ପାଳକ ଗଣ ଚାଳକ ଗଣ ଦୀକଣ ଗଣ ଏକତ୍ର ରେ ଏହି ମିଳନ ସଭା ଅନୁଷ୍ଠିତ ହୋଇଛି | ମୁଖ୍ୟ ଅଥିତି ଭାବେ ପାରଳା ବିଧାୟକ ଇଁ ରୁପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷ ଗାଭାରା ତିରୁପତି ରାଓ, ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ଶ୍ରୀ ନିବାସ ରାଓ, ମାଲା ଶ୍ରୀନୁ, ଓ ମସଲୁନ ରଇତ ଉପସ୍ଥିତ ହେଲେ | ସଉରା ବାପ୍ଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ ଟେମ୍ପୋଗିରି ଏରିଆ ପାଳି ରେ ଏହି ମିଳନ ସଭା ଅନୁଷ୍ଠିତ ହୋଇଛି | ପରିଚାଳନା କରିଥିଲେ ପାଳକ ତୀତଶ ରଇତ ଓ ଆଶ୍ରିୟ ବାବୁ 2000 ରୁ ଉର୍ଦ୍ଧ ଖ୍ରୀଷ୍ଟ ବିଶ୍ୱାସ ବିଶ୍ୱାସ୍ୱିନୀ ଉପସ୍ଥିତ ଥିଲେ |

