ଗୁମ୍ମା ବ୍ଲକର ବିଭିନ୍ନ ସଂସ୍କୃତି ଭବନ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପାରଳା ବିଧାୟକ
ଗଜପତି,୮.୧ (ମନୋଜ ପାଢ଼ୀ)- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଭୁବନୀ ପଞ୍ଚାୟତ ଅନ୍ତର୍ଗତ ସାଣ୍ଡାଙ୍ଗ ଗ୍ରାମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏକ ସଂସ୍କୃତି ଭବନ ଉଦଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଂସ୍କୃତି ଭବନ’ର ଉଦଘାଟନ କରିଥିଲେ।ଜନଜାତି ସମ୍ପ୍ରଦାୟ ଲୋକଙ୍କ ସଂସ୍କୃତିର ପ୍ରଗତି ନିମନ୍ତେ ଏହି ସଂସ୍କୃତି ଭବନ ବେଶ ଉପଯୋଗୀ ହୋଇପାରିବ ବୋଲି ବିଧାୟକ ପାଣିଗ୍ରାହୀ କହିଥିଲେ।
୫ ଲକ୍ଷ ଟଙ୍କା ବ୍ୟୟରେ ସଂସ୍କୃତି ଭବନ ନିର୍ମାଣ ହୋଇଥିବା ବେଳେ ଏଠାରେ ବିଶେଷ ସୁବିଧା ରହିଥିବା ଜଣାଯାଇଛି।ସାଣ୍ଡାଙ୍ଗ ଗ୍ରାମବାସୀ ସାଂସ୍କୃତିକ ସମେତ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ଉପଯୋଗୀ ହେବ। ସେହିପରି ତରଭା ପଞ୍ଚାୟତ ନର୍ସରୀ ଗ୍ରାମ ସାଂସ୍କୃତିକ ଭବନ ଭିର୍ତିଭୂମି ପ୍ରସ୍ତର କରାଯାଇଥିବା ବେଳେ ଗୁମ୍ମା ଠାରୁ ସେରଙ୍ଗ ଯିବା ବହୁ ପୁରାତନ ତାରା ତାରିଣୀ ମନ୍ଦିର ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ପାଇକ ସାହି ଠାକୁରାଣୀ ମନ୍ଦିର ଉନ୍ନତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଗାବାରା ତିରୁପତି ରାଓ, ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ର,ସମିତିସଭ୍ୟା ଅନିତା ଭୂୟାଁ,ସରପଞ୍ଚ ପ୍ରଦୀପ ମଣ୍ଡଳ,ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର,ସହକାରୀ ଯନ୍ତ୍ରୀ ରହିତ ବେହେରା,କନିଷ୍ଠ ଯନ୍ତ୍ରୀ ଶିବ ବେହେରା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

