ବିଷ ଖାଇ ମହିଳାଙ୍କ ଆତ୍ମହତ୍ୟା

ବିଷ ଖାଇ ମହିଳାଙ୍କ ଆତ୍ମହତ୍ୟା

ବିଷ ଖାଇ ମହିଳାଙ୍କ ଆତ୍ମହତ୍ୟା

ଗଜପତି,୬.୧.(ମନୋଜ ପାଢ଼ୀ) – ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ଗ୍ରାମର ଜଣେ ମହିଳା କୌଣସି ଏକ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ମୃତ୍ୟୁବରଣ କରିଥିବା ମହିଳା ଜଣକ ଉପଲଡା ଗ୍ରାମ ହରିଜନ ସାହିର ୱାଇ.ଡିଲ୍ଲୀ (50) । ସେ ଗତକାଲି କୌଣସି କାରଣରୁ ବିଷାକ୍ତ ପଦାର୍ଥ ଖାଇଦେଇଥିଲେ । ଏହା ତାଙ୍କ ପରିବାରବର୍ଗ ଜାଣିବା ପରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତ୍ର ସମୟରେ ମୃତ୍ୟୁ ଘଟିଥିଲା । ଏନେଇ ଆଜି ଗୁରାଣ୍ଡି ଥାନାରେ ଅଭିଯୋଗ ହେବା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଗୁରାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଓ ଶବବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଏଏସ୍ଆଇ ଲଳିତା ରାଓ କହିଛନ୍ତି ।